ମାଲକାନଗିରି: ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ପାଣିରେ ବୁଡିଲା ସମସ୍ତ ତଳିଆ ଅଂଚଳର ପୋଲ। ୩୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବହୁ ଚାରିଚକିଆ ଯାନ। ମାଲାକାନଗିରିରୁ ମୋଟୁ ସମେତ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ। ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରୁ ମୋଟୁକୁ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ଚାଲିଛି ୩ ଫୁଟର ପାଣି।
/sambad/media/media_files/FfzkGldN6lbjNEIQcr3Q.jpg)
ଅତ୍ୟାଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥୂବା ୩୨୬ ନମ୍ବର ଜାତୀୟ ରାଜପଥର କେବଳ କାଙ୍ଗୁରୁକୋଣ୍ଡା ପୋଲ ହିଁ ନୁହେଁ ପୋଟେରୁ, କନ୍ୟାଶ୍ରମ, ଏମଭି-୯୦ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିରବା ଦେଖିବାକୁ ମିଳିଛି। ବନ୍ୟା ପାଣିରେ ପୋଲଗୁଡିକ ବୁଡ଼ିଯାଇଛି। ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିଲବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଲିମେଳା ପୁଲିସ କର୍ମଚାରୀମାନେ ପୋଲ ପାର ନହେବାକୁ ଲୋକଙ୍କୁ ବାରଣ କରୁଛନ୍ତି। ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି। ଯାହାଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନ ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମାଲାକାନଗିରିରୁ ମୋଟୁ ସମେତ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ। ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରୁ ମୋଟୁକୁ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ଚାଲିଛି ୩ ଫୁଟର ପାଣି।
ରିପୋର୍ଟ ଅନୁଯାୟୀ ମାଲକାନଗିରି ବ୍ଲକରେ ୧୦୭ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲିରେ ୧୨ ମିଲିମିଟର, ଖଇରପୁଟ ବ୍ଲକରେ ୫୮ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୧୪ ମିଲିମିଟର,କୋରକୋଣ୍ଡା ବ୍ଲକରେ ୨୮ ମିଲିମିଟର,କାଲିମେଳା ବ୍ଲକରେ ୩୩ ମିଲିମିଟର, ପଡିଆ ବ୍ଲକରେ ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଜିଲ୍ଲାରେ ମୋଟ ୨୭୪ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲିଠାରୁ ଝିପିଝିପି ବର୍ଷା ଲାଗିରହିଥିଜବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବ ଇବା ଆଶଙ୍କା ଦେଖାଦେଇଛି।
ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୪ଫୁଟ ପାଣି ପ୍ରଭା ଦେଖିବାକୁ ମିଳିଛି। ଫଳରେ କାଲିମେଳାରୁ ପଡ଼ିଆ ଯାତାୟତ ବାଧକ ପ୍ରାପ୍ତ ରହିଛି। ବର୍ଷାକୁ ନଜରରେ ରଖ୍ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖୁଛନ୍ତି। କାଲିମେଳା ବିଡିଓ, ମୋଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରି ବୁଡ଼ି ଯାଇଥୂବା ପୋଲ ଅଞ୍ଚଳ ଗସ୍ତ କରି ସ୍ତିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।
ଏହି ଖବର ପଢ଼ନ୍ତୁ: ମାଲକାନଗିରି ସହରରେ ଆଣ୍ଠୁଏ ପାଣି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/90DXjBYVjPb8WKJMvofT.jpeg)