ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ ଚମାରଗାଁ ଅଞ୍ଚଳରେ ଏକ ହାଇସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ଅଶାଳୀନ ଭାବେ ସ୍ପର୍ଶ କରିବା ସହ ଅଶ୍ଲୀଳ ଇଙ୍ଗିତ କରିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ଦୁଇ ଜଣ ଶିକ୍ଷକଙ୍କୁ ଅଟକ ରଖିଛି।
ବିବରଣୀରୁ ପ୍ରକାଶ ଯେ ନବମ ଶ୍ରେଣୀର ଏହି ଛାତ୍ରୀଙ୍କ ମା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସ୍କୁଲରେ ପାଠପଢା ସମୟରେ ବିଜ୍ଞାନ ଶିକ୍ଷକ ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରୁଥିଲେ। ଅଶ୍ଲୀଳ ଇଙ୍ଗିତ କରିବା ସହ ଏକାକୀ ନିରୋଳା ସ୍ଥାନକୁ ଡାକୁଥିଲେ। ଏନେଇ ଛାତ୍ରୀ ଜଣକ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସପ୍ତାହକ ତଳେ ଜଣାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ମୁଁ ଏକଥା ବୁଝିବି ଓ ଏସମ୍ପର୍କରେ ଘରେ କିଛି ନ କହିବାକୁ ଛାତ୍ରୀଙ୍କୁ ମନା କରିଥିଲେ।
ନବମ ଶ୍ରେଣୀର ଏହି ଛାତ୍ରୀଙ୍କ ମା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସ୍କୁଲରେ ପାଠପଢା ସମୟରେ ବିଜ୍ଞାନ ଶିକ୍ଷକ ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ କରୁଥିଲେ। ଅଶ୍ଲୀଳ ଇଙ୍ଗିତ କରିବା ସହ ଏକାକୀ ନିରୋଳା ସ୍ଥାନକୁ ଡାକୁଥିଲେ। ଏନେଇ ଛାତ୍ରୀ ଜଣକ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସପ୍ତାହକ ତଳେ ଜଣାଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷକ ମୁଁ ଏକଥା ବୁଝିବି ଓ ଏସମ୍ପର୍କରେ ଘରେ କିଛି ନ କହିବାକୁ ଛାତ୍ରୀଙ୍କୁ ମନା କରିଥିଲେ। ତେବେ ସପ୍ତାହ ପରେ ମଧ୍ୟ ପ୍ରଧାନ ଶିକ୍ଷକ ଘଟଣା ବାବଦରେ ନିରବ ରହିବାରୁ ଛାତ୍ରୀ ଜଣକ ଘରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ଫଳରେ ଛାତ୍ରୀଙ୍କ ମା ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜ୍ଞାନ ଶିକ୍ଷକ ଅନ୍ୟ କେତେକ ଛାତ୍ରୀଙ୍କୁ ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରିଥିବା ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି। ଘଟଣାଟି ରାଇବଣିଆ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ସପ୍ତାହ ପରେ ମଧ୍ୟ ପ୍ରଧାନ ଶିକ୍ଷକ ଘଟଣା ବାବଦରେ ନିରବ ରହିବାରୁ ଛାତ୍ରୀ ଜଣକ ଘରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ଫଳରେ ଛାତ୍ରୀଙ୍କ ମା ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜ୍ଞାନ ଶିକ୍ଷକ ଅନ୍ୟ କେତେକ ଛାତ୍ରୀଙ୍କୁ ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରିଥିବା ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି। ଘଟଣାଟି ରାଇବଣିଆ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/21/raibania-ps-2025-07-21-11-13-51.jpg)