ରାଉରକେଲା: ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିକୁ ଆସି ବିଦ୍ୟାଳୟର ସମସ୍ୟା କହିବା ଜଣେ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଅଧିକାରୀ ନୂଆଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେଲ୍‌ସନ୍‌ ଲୋମ୍‌ଗାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ନେଲ୍‌ସନ୍‌ ଲୋମ୍‌ଗାଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ଲୋମ୍‌ଗା ବିଦ୍ୟାଳୟ ପରିଚାଳନା ସମିତି ଜରିଆରେ ବିଦ୍ୟାଳୟର ସମସ୍ୟା ରଖିବାର ଥିଲା। ତାଙ୍କୁ ସ୍କୁଲ୍‌ ସମୟରେ ଆସି ଅଭିଯୋଗ କରିବାର ନଥିଲା। ଅପରପକ୍ଷରେ ସେହି ସମାନ ଜନଶୁଣାଣିରେ ଆଉଜଣେ ପ୍ରଧାନଶିକ୍ଷକ ବି ଆସି ନିଜ ବିଦ୍ୟାଳୟର ସମସ୍ୟା ଜଣାଇଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନର ସୂଚନା ନାହିଁ।  

Advertisment

ଗତ ୧୭ ତାରିଖରେ ନୂଆଗାଁ ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ରଖାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ୍‌, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସୁରଞ୍ଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ପିଏ ଆଇଟିଡିଏ ବିକ୍ରାଣୀ କିସ୍‌ପୋଟା, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମୋଟ ୧୦୨ଟି ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଥିଲା। ଶୁଣାଣି ପ୍ରଥମାର୍ଦ୍ଧରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କାଙ୍କ ଉପସ୍ଥିତିରେ ମଧୁପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ରିଷ୍ଣା ବଡାଇକ ବିଦ୍ୟାଳୟର ପାଚେରି ରାସ୍ତା ସହ ମିଶି ଯାଇଥିବାରୁ ମରାମତି ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣିର ଶେଷ ପର୍ଯ୍ୟାୟରେ ନୂଆଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେଲ୍‌ସନ୍‌ ଲୋମ୍‌ଗା ପହଞ୍ଚିଥିଲେ। ନିଜ ବିଦ୍ୟାଳୟ ଖେଳ ପଡ଼ିଆର ଅଧିକାଂଶ ଅଂଶରେ ହକି ଆଷ୍ଟ୍ରୋଟର୍ଫ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଖେଳିବାରେ ସମସ୍ୟା ଉପୁଜିଛି। ବାର୍ଷିକ କ୍ରୀଡା ପ୍ରତିଯୋଗିତା କରାଯାଇପାରୁ ନାହିଁ। ଏଥିପ୍ରତି ଧ୍ୟାନ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ଅନୁ‌ରୋଧ କରିଥିଲେ।  

ଘଟଣାରୁ ପ୍ରକାଶ ଯେ ଗତ ୧୭ ତାରିଖରେ ନୂଆଗାଁ ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ରଖାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ୍‌, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସୁରଞ୍ଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ପିଏ ଆଇଟିଡିଏ ବିକ୍ରାଣୀ କିସ୍‌ପୋଟା, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମୋଟ ୧୦୨ଟି ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଥିଲା। ଶୁଣାଣି ପ୍ରଥମାର୍ଦ୍ଧରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କାଙ୍କ ଉପସ୍ଥିତିରେ ମଧୁପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ରିଷ୍ଣା ବଡାଇକ ବିଦ୍ୟାଳୟର ପାଚେରି ରାସ୍ତା ସହ ମିଶି ଯାଇଥିବାରୁ ମରାମତି ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣିର ଶେଷ ପର୍ଯ୍ୟାୟରେ ନୂଆଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେଲ୍‌ସନ୍‌ ଲୋମ୍‌ଗା ପହଞ୍ଚିଥିଲେ। ନିଜ ବିଦ୍ୟାଳୟ ଖେଳ ପଡ଼ିଆର ଅଧିକାଂଶ ଅଂଶରେ ହକି ଆଷ୍ଟ୍ରୋଟର୍ଫ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଖେଳିବାରେ ସମସ୍ୟା ଉପୁଜିଛି। ବାର୍ଷିକ କ୍ରୀଡା ପ୍ରତିଯୋଗିତା କରାଯାଇପାରୁ ନାହିଁ। ଏଥିପ୍ରତି ଧ୍ୟାନ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ଅନୁ‌ରୋଧ କରିଥିଲେ।

ଠିକ୍‌ ସେହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେହି ସମାନ ଅଭିଯୋଗ କରିଥିଲେ। ଏଥିରେ ବିରକ୍ତ ହୋଇ ଜିଲ୍ଲାପାଳ ଶ୍ରୀ ମହାଜନ ବିଦ୍ୟାଳୟ ସମୟରେ ଜନଶୁଣାଣିକୁ କାହିଁକି ଆସିଲେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ‌ଲୋମ୍‌ଗାଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କାଙ୍କ ଉପସ୍ଥିତିରେ ଉଭୟ ଘଟଣା ଘଟିଥିଲା। ଶ୍ରୀ ଏକ୍କା କହିଛନ୍ତି, ପ୍ରଧାନଶିକ୍ଷକ କ୍ରିଷ୍ଣା ବଡାଇକ୍‌ ଜନଶୁଣାଣିର ପ୍ରଥମାର୍ଦ୍ଧରେ ଆସିଥିଲେ। ପ୍ରଧାନଶିକ୍ଷକ ନେଲ୍‌ସନ୍‌ ଲୋମ୍‌ଗା ଶେଷ ପର୍ଯ୍ୟାୟରେ ଆସିଥିଲେ। ସେ କୌଣସି ବ୍ୟକ୍ତିଗତ କାମରେ ଆସି ନଥିଲେ। ବିଦ୍ୟାଳୟ ସମସ୍ୟା‌ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଆସିଥିଲେ। ତେଣୁ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ବୁଝା ପଡ଼ୁନାହିଁ ବୋଲି ଶ୍ରୀ ଏକ୍କା କହିଛନ୍ତି।