କଟକ: ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ଅଭିଯୋଗ ଆସିବା ପରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଆଜି ତଦନ୍ତ ଆରମ୍ଭ କରିଛନ୍ତି। ସଂପୃକ୍ତ ହସ୍ପିଟାଲରେ ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଣେ ମଙ୍ଗଳାବାଗ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ସେଠାରେ ସଂପୃକ୍ତ ଡାକ୍ତର କିମ୍ବା ହସ୍ପିଟାଲ ମାଲିକ ନଥିବା ଜଣାଯାଇଛି।
କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ। ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଥିଲା।
ସୂଚନାଯୋଗ୍ୟ, କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ।
ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଥିଲା। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/09/9OjcJSm6weWUntK0RxQI.jpg)