ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଅଧୀନରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ୧୦ମ ଭୀମପାହାଡ଼ ମହୋତ୍ସବର ଶନିବାର ଥିଲା ଦ୍ବିତୀୟ ସନ୍ଧ୍ୟା। ରାତି ସାଢେ଼ ୧୦ ଟା ରେ ଅନୁଷ୍ଠିତ ହୋଇଥିବା ରାଜ ଦରବାରର ସାଂସ୍କୃତିକ ସଭା କୁ ମୋହୋସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

Advertisment

ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଭୀମ ପାହାଡ଼ ମାଟି ଗୋଟିଏ ବୀରତ୍ଵର ମାଟି। ଏହି ମାଟିରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଇଂରେଜମାନଙ୍କ ସହ ଲଢେ଼ଇ କରି ଭୀମପାହାଡ଼ରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ। ଏହାର ଇତିହାସ କେ ସୁରକ୍ଷା ଦେଇ ପର୍ଯ୍ୟଟନ ସ୍ଥଳୀର ବିକାଶ କରା ହେବ ସ୍ବାସ୍ଥ୍ୟ ଓ ସାମାଜିକ କ୍ଷେତ୍ର ରେ ବିପ୍ଳବ ଆଣି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରାଯିବ ବୋଲି କହିଥିଲେ। ଏହି ଅବସରରେ ପାଟଖଣ୍ଡା ମହୋତ୍ସବ କମିଟି, ଗୌଡ଼ଗୋଠ ଓ ଡାକ୍ତର ଆଲିଶା ମେହେର, ଡା ଲଲାଟେନ୍ଦୁ ନାୟକ, ଡ଼ା ଅର୍ପିତା ପଣ୍ଡାଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ସେହିପରି  ପ୍ରଫୁଲ୍ଲ ଭୂଏ, ପୂର୍ବ ସରପଞ୍ଚ ବାଳକ ପଧାନ, ପଙ୍କଜ ଭୂଏଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଦେଓଗାଁ ବ୍ଲକ  ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ମୋହସବ ସଭାପତି ପ୍ରମୋଦ ବହିଦାର,ସମ୍ପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଞ୍ଚାସୀନ ହୋଇଥିଲେ।

କଂସ ଦରବାରର ଦ୍ବିତୀୟ ସନ୍ଧ୍ୟାରେ ଦେବକୀର ଷଢ଼ପୁତ୍ର  ନିଧନ, କୃଷ୍ଣ ଜନ୍ମ,  ବିଜୁଳି କନ୍ୟାଜନ୍ମ, ନାରଦଙ୍କ ପରାମର୍ଶରେ ପୁତନା ଗୋପପୁରକୁ ପ୍ରେରଣ ନାଟକ ଅଭିନୀତ ହୋଇଥିଲା। ଏହି କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଂସ ମହାରାଜ  ଭୂମିକାରେ ବରିଷ୍ଠ କଳାକାର ରବୀନ୍ଦ୍ର ସାହୁ ଅଭିନୟ କରିଥିବା ବେଳେ ଉଗ୍ରେସନ ଗଜାଧର ପୁଟେଲ, ପୁତୁନା ଓ ଅକୃର ମଧୁ ରାଉତ, ସେନାପତି ହଂସ ଧ୍ବଜ ଟିପୁନ ବାରିକ, ସିଂହ ଧ୍ବଜ  ଅନିଲ ବାରିକ, ମହା ମନ୍ତ୍ରୀ ଜଗଦିଶ ମାହାର, ବସୁଦେବ ପୃଥ୍ବିରାଜ ବାଗ, ଦେବକୀ ବର୍ଷା ରାଣୀ, ଚାଣୁର ପୂର୍ଣ୍ଣନନ୍ଦ ସାହୁ, ମୁଷିକ ବନବାସ ଭୂଏ, ରାଜ ପ୍ରହରୀ ସରୋଜ ମହାକୁର, ରାଜ ଦୁତ ପ୍ରେମରାଜ ସାହୁ ଓ ରାଜ ନର୍ତ୍ତକୀ ଭାବେ ସରସ୍ବତୀ , ଚୁନୁ ଅଭିନୟ କରିଥିଲେ। ଘୁଙ୍ଗୁରୁ କଳା ପରିଷଦ ପୁଇଁନ୍ତଳା, ଢ଼ାପ ନୃତ୍ୟ ମନଗାଁ  ଟିଟିଲାଗଡ଼, ଦେଓଗାଁ ବ୍ଲକ  ବଡ଼ବାହାଲର ସୁରଭି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।