ଵଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ଵଣାଇଁଗଡ଼ ବ୍ଲକ୍ ସରସରା ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗ ଛକ ନିକଟରେ ପ୍ରବାହିତ ହେଉଛି ପଟଙ୍ଗା ନାଳ। ଗତକାଲିଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପଟଙ୍ଗା ନାଳ ଉପରେ ଥିବା ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। 

Advertisment

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ସ୍କୁଲ ଯିବା ଆସିବା ଠାରୁ ଆରମ୍ଭ କରି ସରସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନାଳ ଉପରେ ଥିବା ପୋଲଟି ବହୁତ ପୁରୁଣା ତଥା କମ୍ ଉଚ୍ଚତାରେ ଥିବା ହେତୁ ବର୍ଷା ହେଲେ ପାହାଡ଼ିଆ ଅଞ୍ଚଳର ପାଣି ତୁରନ୍ତ ମାଡ଼ିଆସି ପୋଲ ଉପର ଦେଇ ପ୍ରବାହିତ ହୁଏ। ଫଳରେ ସରସରା ପଞ୍ଚାୟତ ଉପରେ ନିର୍ଭର କରୁଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଛିଡ଼ା ହୋଇ ରହିଥାନ୍ତି। ପରେ ପାଣି ଟିକିଏ କମି ଗଲେ ଜୀବନକୁ ଵାଜି ଲଗାଇ ଯିବାଆସିବା କରିଥାନ୍ତି। ବର୍ଷା ସମୟରେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନା ନେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼େ। ଫଳରେ ଭାଲୁପାଣି,ବରଘାଟ,ଉଲସୁରା, ଭାଡିମରା ଇତ୍ୟାଦି ୧୦ଟି ଗାଁର ଲୋକମାନେ ଜଳବନ୍ଦୀ ଭାବେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି। ବର୍ଷ, ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର କୋୖଣସି ସମାଧାନ ହୋଇ ପାରୁନାହିଁ।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ସ୍କୁଲ ଯିବା ଆସିବା ଠାରୁ ଆରମ୍ଭ କରି ସରସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନାଳ ଉପରେ ଥିବା ପୋଲଟି ବହୁତ ପୁରୁଣା ତଥା କମ୍ ଉଚ୍ଚତାରେ ଥିବା ହେତୁ ବର୍ଷା ହେଲେ ପାହାଡ଼ିଆ ଅଞ୍ଚଳର ପାଣି ତୁରନ୍ତ ମାଡ଼ିଆସି ପୋଲ ଉପର ଦେଇ ପ୍ରବାହିତ ହୁଏ। ଫଳରେ ସରସରା ପଞ୍ଚାୟତ ଉପରେ ନିର୍ଭର କରୁଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଛିଡ଼ା ହୋଇ ରହିଥାନ୍ତି। ପରେ ପାଣି ଟିକିଏ କମି ଗଲେ ଜୀବନକୁ ଵାଜି ଲଗାଇ ଯିବାଆସିବା କରିଥାନ୍ତି। ବର୍ଷା ସମୟରେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନା ନେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼େ। ଫଳରେ ଭାଲୁପାଣି,ବରଘାଟ,ଉଲସୁରା, ଭାଡିମରା ଇତ୍ୟାଦି ୧୦ଟି ଗାଁର ଲୋକମାନେ ଜଳବନ୍ଦୀ ଭାବେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି। ବର୍ଷ, ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର କୋୖଣସି ସମାଧାନ ହୋଇ ପାରୁନାହିଁ। ତେଣୁ ଏହି ସମସ୍ତ ଗ୍ରାମର ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଟଙ୍ଗା ନାଳ ଉପରେ ଏକ ଉଚ୍ଚ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।