ନୂଆଦିଲ୍ଲୀ: ଆଜି ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗିଯାଇଥିବାବେଳେ ଏଥିରେ ସମସ୍ତ ଲୋକ ପ୍ରାଣ ହରାଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର୬୬ ଭାବରେ ଚିହ୍ନଟ ହୋଇଛି। ଏୟାରଲେକ୍ ବିମାନବନ୍ଦରର ପଶ୍ଚିମରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ପହଞ୍ଚିଥିବା ଜରୁରୀକାଳୀନ କର୍ମଚାରୀମାନେ ଦେଖିଲେ ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରୁ କୌଣସି ଯାତ୍ରୀ ବଞ୍ଚି ପାରି ନାହାଁନ୍ତି। ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଧିକାରୀମାନେ ହେଲିକପ୍ଟର ଦୁର୍ଘଟଣାର କାରଣ ଖୋଜିବାରେ ସମ୍ପୂର୍ଣ୍ଣ ନିୟୋଜିତ ଅଛନ୍ତି। ହେଲିକପ୍ଟରରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଉଲ୍ଲେଖ ଥାଉ କି ରବିନସନ୍ ଆର୬୬ ହେଉଛି ରବିନସନ୍ ହେଲିକପ୍ଟର କମ୍ପାନୀ ଦ୍ୱାରା ନିର୍ମିତ ଏକ ହାଲୁକା, ଏକକ ଇଞ୍ଜିନ୍ ଟର୍ବାଇନ୍ ହେଲିକପ୍ଟର। ଏଥିରେ ଏକ ଗ୍ଲାସ୍ କକପିଟ୍ ଏବଂ ଆଧୁନିକ ଏଭିଓନିକ୍ସ ସିଷ୍ଟମ୍ ଅଛି, ଯାହା ବିମାନ ଉଡ଼ାଣ ସମୟରେ ପାଇଲଟ୍ଙ୍କୁ ଉତ୍ତମ ଦୃଶ୍ୟ ଏବଂ ନାଭିଗେସନ୍ ସୁବିଧା ପ୍ରଦାନ କରେ। ଏହାର ଡିଜାଇନ୍ ବ୍ୟକ୍ତିଗତ ଉଡ଼ାଣ ଏବଂ ତାଲିମ ଉଦ୍ଦେଶ୍ୟରେ ଉପଯୁକ୍ତ। ଏହା ୨୪୫୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରିବ।
ଆର୬୬ ରେ ଜଣେ ପାଇଲଟ୍ ଏବଂ ଚାରି ଜଣ ଯାତ୍ରୀଙ୍କ ବସିବା କ୍ଷମତା ଅଛି। ଏହାର ଗଠନ ଏବଂ ଡିଜାଇନ୍ ହେଲିକପ୍ଟରକୁ ଉଚ୍ଚ ଗତି, ସ୍ଥିରତା ଏବଂ ଉତ୍ତମ ଇନ୍ଧନ ଦକ୍ଷତା ପ୍ରଦାନ କରେ।