ସୋର: ସୋରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ଏକ ସପ୍ତାହ ମଧ୍ୟରେ ଦୁଇ ଜଣ ଅସହାୟଙ୍କ ଶବ ଦାହ କରାଯାଇଛି। ସୋର ଗୁଡ଼ ସ୍ଥିତ ବୃଦ୍ଧାଶ୍ରମରେ ରହି ଆସୁଥିବା ବୃଦ୍ଧ କିଶୋର କୁମାର ସାହୁଙ୍କର ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଆଶ୍ରମର ପରିଚାଳକ ସୁଧାକର ମୁନିଙ୍କ ଅନୁରୋଧ କ୍ରମେ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶବକୁ ସୋର ପୌରପାଳିକା ଅନ୍ତର୍ଗତ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା।
ସୋର ଇଟୁଆ ଗ୍ରାମରେ ରମେଶ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶବ ସତ୍କାର ପାଇଁ ଅସହାୟ ପ୍ରକାଶ କରିଥିଲେ। ଖବର ପାଇ ଆଦର୍ଶ ଯୁବ ପରିଷଦର ସଦସ୍ୟ ମାନେ ପହଂଚି ତାଙ୍କ ଶବ ଦାହ କରିଥିଲେ। ଅସହାୟଙ୍କ ଶବ ଦାହ କରିଥିବାରୁ ଉକ୍ତ ସଙ୍ଗଠନକୁ ସାଧାରଣରେ ପ୍ରଶଂସା କରାଯାଇଛି।
ସେହିପରି ଭାବେ ସୋର ଇଟୁଆ ଗ୍ରାମରେ ରମେଶ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶବ ସତ୍କାର ପାଇଁ ଅସହାୟ ପ୍ରକାଶ କରିଥିଲେ। ଖବର ପାଇ ଆଦର୍ଶ ଯୁବ ପରିଷଦର ସଦସ୍ୟ ମାନେ ପହଂଚି ତାଙ୍କ ଶବ ଦାହ କରିଥିଲେ। ଅସହାୟଙ୍କ ଶବ ଦାହ କରିଥିବାରୁ ଉକ୍ତ ସଙ୍ଗଠନକୁ ସାଧାରଣରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/04/qo8SChkHBChmmAhp47Eb.png)