ମଥୁରା: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନେତାମାନେ ଜୋରସୋର ପ୍ରଚାର ଅଭିଯାନର ଆରମ୍ଭ କରି ଦେଇଛନ୍ତି। ଉତ୍ତରପ୍ରଦେଶର ମଥୁରା ଲୋକସଭା ସିଟ୍‌ରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କ କିଛିଦିନ ତଳେ ଫସଲ କାଟୁ ଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ବଲିଉଡ୍‌ ଡ୍ରିମ ଗାର୍ଲ ନିଜର ସଂସଦୀୟ କ୍ଷେତ୍ରରୁ ଟ୍ରାକ୍ଟର ଚଳାଉଥିବା ନଜର ଆସିଛନ୍ତି।

Advertisment

publive-image navbharattimes

ଏଥିରେ ହେମା ଏକ କଳା ଚଷମା ଲଗାଇ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧି କ୍ଷେତରେ ଟ୍ରାକ୍ଟର ଚଳାଉଛନ୍ତି। ତାଙ୍କ ଆଖପାଖରେ କିଛି କର୍ମକର୍ତ୍ତା ଓ ସୁରକ୍ଷାକର୍ମୀ ଛିଡା ହୋଇଥିବା ନଜର ଆସୁଛନ୍ତି। ଏହି ଫଟୋରେ ହେମା ବିଜୟୀର ସାଇନ୍‌ ବନାଉ ଥିବା ବି ଦେଖିବାକୁ ମିଳୁଛି। ଟ୍ରାକ୍ଟର ଚଳାଉଥିବା ହେମାଙ୍କ ଏହି ଫଟୋ ସଂସଦୀୟ କ୍ଷେତ୍ର ଗୋବର୍ଦ୍ଧନ ଅଞ୍ଚଳର। ତେବେ ହେମାଙ୍କ ପୂର୍ବରୁ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିର୍ବାଚନ ପ୍ରଚାର ପାଇଁ ଅଟୋ ଚଳାଉ ଥିବାର ଫଟୋ ସାମ୍ନାକୁ ଆସିଥିଲା।