ଭୁବନେଶ୍ବର: ଏବେ ଚାରିଆଡ଼େ ପାର୍ବଣର ପରିବେଶ। ଏହି ଅବସରରେ ଲେ‌ାକେ ମଣ୍ଡପ ବୁଲିବା ସହ ସିନେମା ବି ଦେଖିଥାନ୍ତି। ଏଥର ବି ପୂଜା ବଜାରକୁ ସରଗରମ କରିଛି ଦୁଇଟି ଓଡ଼ିଆ ଛବି। ତେବେ କେତେକ ଓଡ଼ିଆ ଛବିରେ ମା ଦୁର୍ଗା ରୂପରେ କ୍ଲାଇମାକ୍ସରେ ନଜର ଆସିଛନ୍ତି ନାୟିକା। ମୁଖ୍ୟତଃ ଖଳନାୟକର ବିନାଶ ଲାଗି ନାୟିକାଙ୍କୁ ଏଭଳି ବେଶ ଧାରଣ କରିବାକୁ ପଡ଼ିଛି, ଯାହା ଦେଖିବାକୁ ମିଳିଛି କେତୋଟି ଓଡ଼ିଆ ଛବିରେ।

Advertisment

ଏହି କ୍ରମରେ ପ୍ରଥମେ ମନକୁ ଆସେ ନରେଶ ମାଲହୋତ୍ରାଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଯାଦେବୀ ସର୍ବଭୂ‌ତେଷୁ’। ଏହା ଉଭୟ ଓଡ଼ିଆ ଓ ବଙ୍ଗଳାରେ ନିର୍ମିତ ହୋଇଥିଲା। ଏହାର ବଙ୍ଗଳା ଶୀର୍ଷକ ଥିଲା ‘ନ୍ୟାୟଚକ୍ର’। ଉଭୟରେ ନାୟିକା ଭୂମିକା ନିଭାଇଥିଲେ ମହାଶ୍ବେତା। ଏହି ଛବିରେ ଖଳନାୟକ ଭୂମିକା ନିଭାଇଥିଲେ ପ୍ରଖ୍ୟାତ ବଲିଉଡ ଅଭିନେତା ଚରଣ ରାଜ୍। ସିନେମାର କ୍ଲାଇମାକ୍ସରେ ନାୟିକା (ମହାଶ୍ବେତା) ପ୍ରତିଶୋଧ ପରାୟଣ ହୋଇ ଖଳନାୟକକୁ ଶାସ୍ତି ଦେବା ଲାଗି ଦୁର୍ଗା ପୂଜାମଣ୍ଡପରେ ହିଁ ଦୁର୍ଗା ରୂପ ଧାରଣ କରନ୍ତି। ଖଳନାୟକକୁ ଗୋଡ଼ାଇ ଗୋଡ଼ାଇ ଶାସ୍ତି ବି ଦିଅନ୍ତି। ଏହି ଦୃଶ୍ୟଟି ଖୁବ୍ ଚମତ୍କାର ଢଙ୍ଗରେ ସଂଯୋଜିତ ହୋଇଥିଲା। ଆଉ ଏଥିରେ ନାୟିକା ମହାଶ୍ବେତା ବି ବେଶ ପ୍ରଭାବଶାଳୀ ଅଭିନୟ କରିଥିଲେ।

ନରେଶ ମାଲହୋତ୍ରାଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଯାଦେବୀ ସର୍ବଭୂ‌ତେଷୁ’। ଏହା ଉଭୟ ଓଡ଼ିଆ ଓ ବଙ୍ଗଳାରେ ନିର୍ମିତ ହୋଇଥିଲା। ଏହାର ବଙ୍ଗଳା ଶୀର୍ଷକ ଥିଲା ‘ନ୍ୟାୟଚକ୍ର’। ଉଭୟରେ ନାୟିକା ଭୂମିକା ନିଭାଇଥିଲେ ମହାଶ୍ବେତା। ଏହି ଛବିରେ ଖଳନାୟକ ଭୂମିକା ନିଭାଇଥିଲେ ପ୍ରଖ୍ୟାତ ବଲିଉଡ ଅଭିନେତା ଚରଣ ରାଜ୍। ସିନେମାର କ୍ଲାଇମାକ୍ସରେ ନାୟିକା (ମହାଶ୍ବେତା) ପ୍ରତିଶୋଧ ପରାୟଣ ହୋଇ ଖଳନାୟକକୁ ଶାସ୍ତି ଦେବା ଲାଗି ଦୁର୍ଗା ପୂଜାମଣ୍ଡପରେ ହିଁ ଦୁର୍ଗା ରୂପ ଧାରଣ କରନ୍ତି। ଖଳନାୟକକୁ ଗୋଡ଼ାଇ ଗୋଡ଼ାଇ ଶାସ୍ତି ବି ଦିଅନ୍ତି। ଏହି ଦୃଶ୍ୟଟି ଖୁବ୍ ଚମତ୍କାର ଢଙ୍ଗରେ ସଂଯୋଜିତ ହୋଇଥିଲା। ଆଉ ଏଥିରେ ନାୟିକା ମହାଶ୍ବେତା ବି ବେଶ ପ୍ରଭାବଶାଳୀ ଅଭିନୟ କରିଥିଲେ।

ସେହିପରି ଆଉ ଏକ ଛବି ହେଲା ବିଖ୍ୟାତ ପ୍ରଯୋଜକ ସୁବାସ ରାଉତଙ୍କ ପ୍ରଯୋଜିତ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରପ୍ରାପ୍ତ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସିଂହବାହିନୀ’। ଏଥିରେ ମଧ୍ୟ ସମାନ କଥା ଥିଲା। ଏଥିରେ ନାୟିକା ଭୂମିକା ନିଭାଇଥିଲେ ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଅନୁଶ୍ରୀ। ସେ ଖଳନାୟକକୁ  ଉଚିତ ଦଣ୍ଡବିଧାନ ଲାଗି  ସିଂହବାହିନୀ ବେଶ ଧାରଣ କରନ୍ତି। ନାୟିକା ଏଥିରେ ଜଣେ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଲୋକପ୍ରିୟ ଚରିତ୍ର ଅଭିନେତା ରାଇମୋହନ। ଖଳନାୟକ ପ୍ରଥମେ ପୁଲିସ ୟୁନିଫର୍ମରେ ଥିବା ନାୟିକାଙ୍କୁ ଆକ୍ରମଣ କରେ। ତାପରେ ନାୟିକା ସିଂହବାହିନୀ ରୂପରେ ତାର ବିନାଶ କରୁଥିବା ଦୃଶ୍ୟ ସଂଯୋଜିତ ହୋଇଥିଲା। ନାୟିକା ଭୂମିକାରେ ଅନୁଶ୍ରୀ ଅନ୍ତିମ ଦୃଶ୍ୟରେ ପ୍ରଶଂସନୀୟ ଅଭିନୟ କରିଥିଲେ, ଯେଉଁଥିଲାଗି ଆଜି ବି ମନେପଡ଼ନ୍ତି ସେ।