କରୋନା ହାରିଲା: ସଂପୂର୍ଣ୍ଣ ସୁସ୍ଥ ହେଲେ ୯୦ ବର୍ଷିଅ ଏହି ଭାରତୀୟ ବ୍ୟକ୍ତି

ଜୟପୁର: କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବୟସ୍କ ଲୋକଙ୍କ ଜୀବନ ଉପରେ ବିଶେଷ ବିପଦ ରହିଥିବା ବେଳେ ଜଣେ ୯୦ ବର୍ଷିଅ ଭାରତୀୟ ବ୍ୟକ୍ତି ଏହି ରୋଗକୁ ହରାଇ ସଂପୂର୍ଣ୍ଣ ସୁସ୍ଥ ହେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ତାଙ୍କ ରିପୋର୍ଟରୁ କରୋନା ନେଗେଟିଭ୍‌ ବାହାରିଛି।

ବ୍ୟକ୍ତି ଜଣକ ହେଉଛନ୍ତି ଭବାନୀ ଶଙ୍କର ଶର୍ମା। ଭବାନୀଙ୍କୁ ହସ୍ପିଟାଲ୍‌ର ଡାକ୍ତରମାନେ ଫୁଲ ଦେଇ ତାଙ୍କ ଡିସ୍‌ଚାର୍ଜ ଘୋଷଣା କରିବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ।

ଏ ନେଇ ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର ସିଂହ କୁହନ୍ତି,‘ ଶର୍ମା ହେଉଛନ୍ତି ଜୟପୁରସ୍ଥିତି ଧୁଲେଶ୍ବର ଗାର୍ଡେନର ବାସିନ୍ଦା। ଏପ୍ରିଲ୍‌ ୧୪ ତାରିଖରେ ସେ କରୋନା ଆକ୍ରାନ୍ତ ବୋଲି ଜଣାଯିବା ପରେ ତାଙ୍କୁ ଆଇଡିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଦୀର୍ଘ ଦିନ ଧରି ତାଙ୍କ ଚିକିତ୍ସା ଚାଲିବା ପରେ ଏପ୍ରିଲ୍‌ ୨୫ ତାରିଖରେ ପ୍ରଥମ ଥର ପାଇଁ ତାଙ୍କ ରିପୋର୍ଟରୁ ନେ‌ଗେଟିଭ୍‌ ବାହାରିଥିଲା। ଏପ୍ରିଲ୍‌ ୨୭ ତାରିଖରେ ଦ୍ବିତୀୟ ଥର ପାଇଁ କରୋନା ନେ‌ଗଟିଭ୍‌ ବାହାରିବା ପରେ ତାଙ୍କୁ ମଙ୍ଗଳବାର ଡିସ୍‌ଚାର୍ଜ କରାଯାଇଛି।

ସମ୍ବନ୍ଧିତ ଖବର