ରାଉରକେଲା: ଆଜି (ସୋମବାର) ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ପରୀକ୍ଷା ହେବ। ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍। ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍ ମାସକୁ ୧୮ ହଜାର ୩୬୦ ଟଙ୍କା। ଆବେଦନକାରୀଙ୍କ ତାଲିକାରେ କିନ୍ତୁ ଅଛନ୍ତି ବି.ଟେକ୍ ଓ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ। ୨୨ ଥାନାରେ ଆବଶ୍ୟକ ୧୦୭ ପଦବି ପାଇଁ ଆବେଦନ କରିଛନ୍ତି ୯ ହଜାର ୬୧ ପ୍ରାର୍ଥୀ। ଏଥିରୁ ପ୍ରାୟ ଅଧିକାଂଶ ଉଚ୍ଚ ଶିକ୍ଷିତ। କିଏ ଏମ୍ବିଏ, ଏମ୍ସିଏ କରିଛି ତ ଅନ୍ୟ କିଏ ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ। ପରୀକ୍ଷା ସାଢ଼େ ୭ଟାରୁ ଆରମ୍ଭ ହୋଇ ସାଢ଼େ ୯ଟାରେ ସରିବ। ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ୯, ୦୬୧ ପରୀକ୍ଷାର୍ଥୀ ପ୍ରଥମ ୨୦ ମାର୍କ ପାଇଁ ୩୦ ମିନିଟ୍ ପାରାଗ୍ରାଫ୍ ରାଇଟିଂ କରିବେ। ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅର୍ଥାତ୍ ଘଣ୍ଟାଏ ୪୦ ମାର୍କର ସାଧାରଣ ଜ୍ଞାନ ପରୀକ୍ଷା, ଏମିତି ମୋଟ ୮୦ ମାର୍କର ପରୀକ୍ଷା ହେବ। ୨ କି.ମି. ଚାଲିବା ସହ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ମଧ୍ୟ ଦେବେ। ଦୈନିକ ୬୧୨ ଟଙ୍କା ପାରିଶ୍ରମିକ ପାଇଁ ହଜାର ହଜାର ବେକାରୀ ଗୃହରକ୍ଷୀ ଭଳି ଚାକିରି ପାଇବାକୁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ମାତ୍ର ୧୦୭ ପଦବି ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିବା ପୁଲିସ ପ୍ରଶାସନର ଚିନ୍ତା ବଢ଼ାଇଛି। ଏସବୁ ଦୃଷ୍ଟିକୋଣରୁ ହେବାକୁ ଯାଉଥିବା ଗୃହରକ୍ଷୀ ପରୀକ୍ଷା କୌଣସି ସରକାରୀ ଚାକିରି ଠାରୁ କମ୍ ନୁହେଁ। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଜିଲ୍ଲା ପୁଲିସ ବରିଷ୍ଠ ଅଧିକାରୀମାନେ ପୂରାଦମ୍ ଲଗାଇ ଦେଇଛନ୍ତି।
ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ପରୀକ୍ଷା ହେବ। ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍। ଦିନକୁ ପାରିଶ୍ରମିକ ୬୧୨ ଟଙ୍କା ଅର୍ଥାତ୍ ମାସକୁ ୧୮ ହଜାର ୩୬୦ ଟଙ୍କା। ଆବେଦନକାରୀଙ୍କ ତାଲିକାରେ କିନ୍ତୁ ଅଛନ୍ତି ବି.ଟେକ୍ ଓ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ। ୨୨ ଥାନାରେ ଆବଶ୍ୟକ ୧୦୭ ପଦବି ପାଇଁ ଆବେଦନ କରିଛନ୍ତି ୯ ହଜାର ୬୧ ପ୍ରାର୍ଥୀ। ଏଥିରୁ ପ୍ରାୟ ଅଧିକାଂଶ ଉଚ୍ଚ ଶିକ୍ଷିତ। କିଏ ଏମ୍ବିଏ, ଏମ୍ସିଏ କରିଛି ତ ଅନ୍ୟ କିଏ ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ। ପରୀକ୍ଷା ସାଢ଼େ ୭ଟାରୁ ଆରମ୍ଭ ହୋଇ ସାଢ଼େ ୯ଟାରେ ସରିବ। ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ୯, ୦୬୧ ପରୀକ୍ଷାର୍ଥୀ ପ୍ରଥମ ୨୦ ମାର୍କ ପାଇଁ ୩୦ ମିନିଟ୍ ପାରାଗ୍ରାଫ୍ ରାଇଟିଂ କରିବେ। ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅର୍ଥାତ୍ ଘଣ୍ଟାଏ ୪୦ ମାର୍କର ସାଧାରଣ ଜ୍ଞାନ ପରୀକ୍ଷା, ଏମିତି ମୋଟ ୮୦ ମାର୍କର ପରୀକ୍ଷା ହେବ। ୨ କି.ମି. ଚାଲିବା ସହ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ମଧ୍ୟ ଦେବେ। ଦୈନିକ ୬୧୨ ଟଙ୍କା ପାରିଶ୍ରମିକ ପାଇଁ ହଜାର ହଜାର ବେକାରୀ ଗୃହରକ୍ଷୀ ଭଳି ଚାକିରି ପାଇବାକୁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ମାତ୍ର ୧୦୭ ପଦବି ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିବା ପୁଲିସ ପ୍ରଶାସନର ଚିନ୍ତା ବଢ଼ାଇଛି। ଏସବୁ ଦୃଷ୍ଟିକୋଣରୁ ହେବାକୁ ଯାଉଥିବା ଗୃହରକ୍ଷୀ ପରୀକ୍ଷା କୌଣସି ସରକାରୀ ଚାକିରି ଠାରୁ କମ୍ ନୁହେଁ। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଜିଲ୍ଲା ପୁଲିସ ବରିଷ୍ଠ ଅଧିକାରୀମାନେ ପୂରାଦମ୍ ଲଗାଇ ଦେଇଛନ୍ତି।
ଗତକାଲି ଅପରାହ୍ନରେ ଏସ୍ପିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ପ୍ରାୟ ୫ଟାରେ ପରୀକ୍ଷାର୍ଥୀମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ଷ୍ଟାଡିୟମ ଓ ଏହାର ଚତୁଃପାର୍ଶ୍ବରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଅଛନ୍ତି ରାଉରକେଲା ଏସ୍ପି ନିତେଶ ୱାଧୱାନୀଙ୍କ ସହ ୬ ଅତିରିକ୍ତ ଏସ୍ପି। ଏଥିସହ ୧୭ ଇନ୍ସପେକ୍ଟର, ୮୬ ଏସ୍ଆଇ ଓ ଏସ୍ଏସ୍ଆଇ, ୧୫୦ରୁ ଅଧିକ ଗୃହରକ୍ଷୀ, ଟ୍ରାଫିକ୍ ପୁଲିସ ସହ ୧୦ ପ୍ଳାଟୁନ୍ ପୁଲିସ ଫୋର୍ସ। କେବଳ ଏତିକି ନୁହେଁ ଏକକାଳୀନ ଷ୍ଟାଡିୟମ ପଡ଼ିଆରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ହେଉଥିବାରୁ ଆକାଶମାର୍ଗରୁ ସେମାନଙ୍କ ଉପରେ କଡ଼ା ନଜର ରଖିବ ଡ୍ରୋନ୍। ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ପଦବି ପାଇଁ ଗତ ମାର୍ଚ୍ଚରେ ରିଜର୍ଭ ପୁଲିସ ପଡ଼ିଆରେ ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କ ଲମ୍ବା ଧାଡ଼ି ଲାଗିଥିଲା। ରାଉରକେଲା ସହର ସମେତ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା, ବଣାଇ, କୋଇଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ବ୍ଲକରୁ ଦୈନିକ ଶହଶହ ବେକାର ଯୁବକଯୁବତୀ ରିଜର୍ଭ କାର୍ଯ୍ୟାଳୟ ଆଗରେ ସକାଳୁସକାଳୁ ଲମ୍ବା ଧାଡ଼ି ଲଗାଉଥିଲେ। କେବଳ ରାଉରକେଲା ପୁଲିସ ଜିଲ୍ଲା ନୁହେଁ, ସେହି ସମାନସ୍ଥିତି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୯୨ଟି ପଦ ପାଇଁ ୫ ହଜାରରୁ ଅଧିକ ଆଶାୟୀ ଆବେଦନ କରିସାରିଥିବା ଜଣାପଡ଼ିଛି। ରାଉରକେଲା ପୁଲିସ ଜିଲ୍ଲା ପରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ପାଇଁ ଗୃହରକ୍ଷୀ ପରୀକ୍ଷା ହେବ।