ସୁନ୍ଦରଗଡ଼: ଆଜି ସକାଳ ୯ଟା ୪୫ ରେ ସୁନ୍ଦରଗଡ଼ ସହର ପଞ୍ଚମୁଖୀ ହନୁମାନ ଛକରେ ମହୁମାଛି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଆକ୍ରମଣରେ କିଛି ଶିଶୁଙ୍କ ସମେତ ୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ଯରୁ ଜଣକୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଏସଏନଏଲ ଭବନର ସୁଉଚ୍ଚ କୋଠା କାନ୍ଥରେ ମହୁମାଛି ଏକାଧିକ ଫେଣା ବାନ୍ଧି ରହିଛନ୍ତି । ସକାଳୁ ବାଜପକ୍ଷୀ ଫେଣାରେ ଥଣ୍ଟ ମାରି ଦେଇଥିବା ଅଥବା କୌଣସି କାରଣରୁ ମହୁମାଛି ପଥଚାରୀମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲୋକେ ଧାଇଁ ପଳାଇଥିଲେ। କିଛି ସମୟ ପରେ ମହୁମାଛି ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2017/10/honey-bees19.jpg)