ବାଲାଘାଟ: ମଧ୍ୟପ୍ରଦେଶର ବାଲାଘାଟରେ ନକ୍ସଲ ଅପରେସନରେ ଯାଇଥିବା ଯବାନମାନଙ୍କୁ ମହୁମାଛି ଆକ୍ରମଣ କରିଛନ୍ତି | ଆଉ ଏହି ଆକ୍ରମଣରେ ଚାରି ଜଣ ଯବାନ ଗୁରୁତର ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଯବାନମାନେ ନକ୍ସଲମାନଙ୍କୁ ସର୍ଚ୍ଚ ଅପରେସନ କରିବାକୁ ଦୁଇ ଦିନ ପୂର୍ବରୁ ଜଙ୍ଗଲରେ ନିୟୋଜିତ କରାଯାଇଥିଲା।
ତେବେ ଗତକାଲି ଅପରାହ୍ନରେ, ପାଲାଗୋଣ୍ଡି ଜଙ୍ଗଲରେ ହଠାତ୍ ମହୁମାଛି ଆକ୍ରମଣ ହୋଇଥିଲା | ଯେଉଁଥିରେ ପ୍ରାୟ ୨୦ ଜଣ ଯବାନ ଆହତ ହୋଇଥିଲେ। ଚାରି ଜଣ ଯବାନ ଗୁରୁତର ହୋଇପଡିଥିଲେ। ଯବାନମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ଆଉ ଏବେ ସେମାନେ ବିପଦମୁକ୍ତ ଥିବା ଜଣାପଡିଛି।
ସୂଚନା ମୁତାବକ ଗୁରୁତର ଆହତ ହୋଇପଡିଥିବା ଯବାନମାନେ ହେଉଛନ୍ତି ଅଭିନବ ବୈସ, ପବନ କୋଲ, ନରେନ୍ଦ୍ର ଧୁର୍ଭେ ଏବଂ ଅଜୟ ମିଶ୍ର। ଯବାନମାନଙ୍କ ମୁହଁ, ହାତ, ବେକ ଏବଂ ମୁଣ୍ଡରେ ମହୁମାଛି ଦଂଶନ କରିଥିବାବେଳେ ଏବେ ଯବାନମାନଙ୍କ ଚିକିତ୍ସା ଚାଲିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/11/07/honey-bee-attack-2025-11-07-10-40-06.jpg)