ସିମୁଳିଆ: ଶିବରାତ୍ରୀରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ଥିବା ବେଳେ ଜାତୀୟ ରାଜପଥ କଡ଼ରେ ଥିବା ଜୟ ମା’ ଦୁର୍ଗା ହୋଟେଲ୍‌ ମାଲିକ ଗଜେନ୍ଦ୍ର ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଜଣାଯାଇଛି। ପ୍ରତିଦିନ ଭଳି ଗତକାଲି ରାତିରେ ଗଜେନ୍ଦ୍ର ହୋଟେଲ୍‌ କାମ ସାରି ହୋଟେଲ୍‌ ଭିତରେ ଥିବା ରୁମ୍‌ରେ ଶୋଇଥିଲେ।

Advertisment

ହୋଟେଲ୍‌ର ଅନ୍ୟ କର୍ମଚାରୀମାନେ ବି ଚାଲିଯାଇଥିଲେ। ଆଜି ସକାଳୁ ହୋଟେଲ୍‌ କର୍ମଚାରୀ ଆସି ଦେଖିବା ବେଳକୁ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଗଳା ସମେତ ତିନୋଟି ସ୍ଥାନରେ ହଣାଚିହ୍ନ ରହିଥିବା ଦେଖିବାକୁ ମିଳିଛି।

 ଖବର ପାଇ ସିମୁଳିଆ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।