ବରଗଡ଼: ବରଗଡ଼ର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ୧୯ ବର୍ଷିୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ଗ୍ରାମାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଛାତ୍ରୀ ଜଣକ ନିଜ ଘରେ ଥିବା ସମୟରେ ପଡିଯାଇ ମୃତ୍ୟୁବରଣ କରିଥିବା ପୁଲିସ ପ୍ରାଥମିକ ସୂଚନା ପାଇ ତଦନ୍ତ ଜାରି ରଖିଛି।  

Advertisment

ଶିକ୍ଷାନୁଷ୍ଠାନରେ ଦୀର୍ଘ ବର୍ଷ ହେଲା ମୃତ ଛାତ୍ରୀଙ୍କ ବାପା ଖେଳ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଏଣୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସେ କ୍ୱାଟର ପାଇ ପରିବାର ସହ ରହୁଥିଲେ । ତାଙ୍କ ଝିଅ ମଧ୍ୟ ସେଠାରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ଶନିବାର ମୃତ ଛାତ୍ରୀଙ୍କ ବାପା ଡ୍ୟୁଟିରେ ଯାଇଥିବା ବେଳେ ମାଁ ମଧ୍ୟ ବାହାରକୁ କୌଣସି କାମରେ ଯାଇଥିଲେ । ଦୁଇ ଭଉଣୀ ଘରେ ଥିଲେ । ସେ ସମୟରେ ହଠାତ ତଳେ ପଡିଯାଇ ଛାତ୍ରୀ ଜଣକଙ୍କ ମୃତ୍ୟୁ ହୋଇଥିବା ପୁଲିସକୁ ସୂଚନା ଦିଆଯାଇଛି । ଏପରିକି ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଏଭଳି କିଛି ସୂଚନା ମିଳିଛି । କିନ୍ତୁ ତଳେ ପଡି କିଭଳି ମୃତ୍ୟୁ ହେଲା? କେଉଁ ସ୍ଥାନରେ ସେ ପଡିଗଲେ? ନା ଅନ୍ୟ କିଛି ଘଟଣା ହୋଇଛି? ତାକୁ ନେଇ ନାନା ରକମର ଚର୍ଚ୍ଚା ହେଉଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିକ୍ଷାନୁଷ୍ଠାନରେ ଦୀର୍ଘ ବର୍ଷ ହେଲା ମୃତ ଛାତ୍ରୀଙ୍କ ବାପା ଖେଳ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଏଣୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସେ କ୍ୱାଟର ପାଇ ପରିବାର ସହ ରହୁଥିଲେ । ତାଙ୍କ ଝିଅ ମଧ୍ୟ ସେଠାରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ଶନିବାର ମୃତ ଛାତ୍ରୀଙ୍କ ବାପା ଡ୍ୟୁଟିରେ ଯାଇଥିବା ବେଳେ ମାଁ ମଧ୍ୟ ବାହାରକୁ କୌଣସି କାମରେ ଯାଇଥିଲେ । ଦୁଇ ଭଉଣୀ ଘରେ ଥିଲେ । ସେ ସମୟରେ ହଠାତ ତଳେ ପଡିଯାଇ ଛାତ୍ରୀ ଜଣକଙ୍କ ମୃତ୍ୟୁ ହୋଇଥିବା ପୁଲିସକୁ ସୂଚନା ଦିଆଯାଇଛି । ଏପରିକି ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ଏଭଳି କିଛି ସୂଚନା ମିଳିଛି । କିନ୍ତୁ ତଳେ ପଡି କିଭଳି ମୃତ୍ୟୁ ହେଲା? କେଉଁ ସ୍ଥାନରେ ସେ ପଡିଗଲେ? ନା ଅନ୍ୟ କିଛି ଘଟଣା ହୋଇଛି? ତାକୁ ନେଇ ନାନା ରକମର ଚର୍ଚ୍ଚା ହେଉଛି । ଏସବୁ ଭିତରେ ପରିବାରବର୍ଗ ମଧ୍ୟ ଘଟଣାକୁ ନେଇ କିଛି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି । ଗ୍ରାମାଞ୍ଚଳ ଥାନା ଆଇଆଇସି ସୁଶାନ୍ତ ଦାଶଙ୍କୁ ପଚରାଯିବାରୁ ତଦନ୍ତ ଚାଲୁଛି। ପଡିଯାଇ ମୃତ୍ୟୁ ହୋଇଥିବା କହୁଛନ୍ତି । ପରିବାରବର୍ଗଙ୍କ ମନ ଖରାପ ଥିବାରୁ ବିଶେଷ ପଚରାଯାଇନି। ବ୍ୟବଚ୍ଛେଦ ରିପୋର୍ଟ ପରେ ସବୁ ଜଣାପଡିବ ବୋଲି କହିଛନ୍ତି ।