ହିନ୍ଦୁ ଧର୍ମର ଆକର୍ଷଣରେ ପଡିଗଲେ ହଙ୍ଗେରୀର ଏହି ମହିଳା ଡାକ୍ତର, ହୋଇଗଲେ ନାଗା ସନ୍ୟାସିନୀ

ପ୍ରୟାଗରାଜ : ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି । ଏବେ ପ୍ରୟାଗରାଜଠାରେ କୁମ୍ଭମେଳା ଚାଲିଥିବାବେଳେ ଅନେକ ବିଦେଶୀ ଏଠାକୁ ଆସିବାରେ ଲାଗିଛନ୍ତି । କେତେକ ବିଦେଶୀ ନିଜର ସବୁ ପାର୍ଥିବ ସଫଳତାକୁ ତ୍ୟାଗ କରି ସନାତନ ଧର୍ମରେ ସାମିଲ ହୋଇଯାଉଛନ୍ତି ।

ଏପରି ଜଣେ ବିଦେଶିନୀ ହେଉଛନ୍ତି କୁମ୍ଭକୁ ଆସିଥିବା ହଙ୍ଗେରୀର ଜଣେ ଡାକ୍ତର ଡଃ ଆନିକୋ । ଡାକ୍ତରୀ ଡିଗ୍ରୀ ହାସଲ କରିଥିବା ଆନିକୋ ଜଣେ ସଫଳ ଡାକ୍ତର । କିନ୍ତୁ ଏସବୁ ସତ୍ତ୍ୱେ ସେ ଭାରତୀୟ ସନାତନ ସଂସ୍କୃତି ପ୍ରେମରେ ପଡି ଏବେ ସନ୍ୟାସିନୀ ହୋଇଯାଇଛନ୍ତି । ନେପାଳ ସ୍ଥିତ ଜୁନା ଅଖାଡାର ମହାମଣ୍ଡଳେଶ୍ୱର ସାଧ୍ୱୀ ହେମାନନ୍ଦ ଗିରିଙ୍କ ସଂସ୍ପର୍ଶରେ ଆସି ନାଗା ସନ୍ୟାସୀ ହେବା ସହ ତାଙ୍କର ନୂଆ ନାଁ ସାଧ୍ୱୀ ସରସ୍ୱତୀ ଗିରି ରଖାଯାଇଛି । ସେ ନିଜ ସହର ବୁଦାପେଷ୍ଟ ( ହଙ୍ଗେରୀର ରାଜଧାନୀ ) ଫେରି ସେଠାରେ ଏକ ଶିବମନ୍ଦିର ପ୍ରତିଷ୍ଠା ସହ ଏକ ବୈଦିକ ବିଦ୍ୟାଳୟ ଖୋଲି ବୈଦିକ ସଂସ୍କୃତିର ପ୍ରସାର କରିବାକୁ ସଂକଳ୍ପ କରିଛନ୍ତି ।

ସମ୍ବନ୍ଧିତ ଖବର