ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଶିଳପୁରିଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ସ୍ତ୍ରୀ ମାଛିମରା ବିଷ ଖାଇବାର ଗୋଟେ ଦିନ ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବାବେଳେ ଶାଶୂଘର ଲୋକ ଜୋରକରି ବିଷ ପିଆଇ ମହିଳାଙ୍କୁ ମାରିଦେଇଥିବାର ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପ ଘରଲୋକ l ମୃତକ ହେଲେ ଉକ୍ତ ଗ୍ରାମର ବିଚିତ୍ରା ମହାକୁଡ଼ର ସ୍ତ୍ରୀ ସୁମି ମହାକୁଡ଼ (୨୧) l ଏତଲା ମୂଳେ ସ୍ୱାମୀ ବିଚିତ୍ରାକୁ ଗିରଫ କରିଛି ବୈଶିଙ୍ଗା ପୁଲିସ l
ସୂଚନା ଅନୁଯାୟୀ, ବିଚିତ୍ରା ଗତବର୍ଷ ମେ ମାସରେ ବିଶୋଇ ଥାନା ଅଧୀନ ଭାତଛତ୍ର ଗାଁର ସୁକୁଟୁ ମହାକୁଡ଼ଙ୍କ ଝିଅ ସୁମିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ସୁକୁଟୁଙ୍କ ଅଭିଯୋଗ ମୁତାବକ ବିବାହ ସମୟରେ ସେ ତାଙ୍କ ଝିଅକୁ ସମସ୍ତ ଗହଣା ସମେତ ଟିଭି, ଫ୍ରିଜ, କୁଲର ଓ ନଗଦ ୮୦ହଜାର ଟଙ୍କା ଓ ଘରକରଣା ଆସବାପତ୍ର ଦେଇଥିଲେ l ତାପରେ ବି କିଛିଦିନ ହେବ ସୁମିର ସ୍ୱାମୀ ଓ ପରିବାର ଲୋକ ପୁଣି ୫୦ହଜାର ଟଙ୍କା ବାପଘରୁ ଆଣିବାକୁ ସୁମିକୁ ବାଧ୍ୟ କରୁଥିଲେ l ହେଲେ ସୁକୁଟୁ ଦାବି ମୁତାବକ ଦେଇ ପାରୁନଥିବାରୁ ସୁମିର ସ୍ୱାମୀ ବିଚିତ୍ରା ଓ ତାର ପରିବାର ଲୋକ ବିଭିନ୍ନ ସମୟରେ ସୁମି ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ l ଯୋଉଁଥିପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା l ତେବେ ସୁମି ଗତ କିଛିଦିନ ଧରି ବାପ ଘରେ ରହୁଥିବାବେଳେ ବୁଧବାର ଦିନ ଆସି ସିଳିପୁରିଆ ସ୍ଥିତ ଶାଶୂଘରେ ପହଞ୍ଚିଥିଲା l ତେବେ ପୁଣି ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ଓ ସୁକୁଟୁଙ୍କ ଅଭିଯୋଗ ଅନୁଯାଇ ବିଚିତ୍ରା ଓ ତାର ପରିବାର ଲୋକ ମିଶି ସୁମିକୁ ବିଷ ପିଆଇ ଦେଇଥିଲେl ପରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ ଓ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁଧବାର ସନ୍ଧ୍ୟାରେ ବାରିପଦା ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ସୁମିର ମୃତ୍ୟୁ ଘଟିଥିଲା l
ବିଚିତ୍ରା ଗତବର୍ଷ ମେ ମାସରେ ବିଶୋଇ ଥାନା ଅଧୀନ ଭାତଛତ୍ର ଗାଁର ସୁକୁଟୁ ମହାକୁଡ଼ଙ୍କ ଝିଅ ସୁମିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ସୁକୁଟୁଙ୍କ ଅଭିଯୋଗ ମୁତାବକ ବିବାହ ସମୟରେ ସେ ତାଙ୍କ ଝିଅକୁ ସମସ୍ତ ଗହଣା ସମେତ ଟିଭି, ଫ୍ରିଜ, କୁଲର ଓ ନଗଦ ୮୦ହଜାର ଟଙ୍କା ଓ ଘରକରଣା ଆସବାପତ୍ର ଦେଇଥିଲେ l ତାପରେ ବି କିଛିଦିନ ହେବ ସୁମିର ସ୍ୱାମୀ ଓ ପରିବାର ଲୋକ ପୁଣି ୫୦ହଜାର ଟଙ୍କା ବାପଘରୁ ଆଣିବାକୁ ସୁମିକୁ ବାଧ୍ୟ କରୁଥିଲେ l ହେଲେ ସୁକୁଟୁ ଦାବି ମୁତାବକ ଦେଇ ପାରୁନଥିବାରୁ ସୁମିର ସ୍ୱାମୀ ବିଚିତ୍ରା ଓ ତାର ପରିବାର ଲୋକ ବିଭିନ୍ନ ସମୟରେ ସୁମି ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ l ଯୋଉଁଥିପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା l ତେବେ ସୁମି ଗତ କିଛିଦିନ ଧରି ବାପ ଘରେ ରହୁଥିବାବେଳେ ବୁଧବାର ଦିନ ଆସି ସିଳିପୁରିଆ ସ୍ଥିତ ଶାଶୂଘରେ ପହଞ୍ଚିଥିଲା l ତେବେ ପୁଣି ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ଓ ସୁକୁଟୁଙ୍କ ଅଭିଯୋଗ ଅନୁଯାଇ ବିଚିତ୍ରା ଓ ତାର ପରିବାର ଲୋକ ମିଶି ସୁମିକୁ ବିଷ ପିଆଇ ଦେଇଥିଲେl ପରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ ଓ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁଧବାର ସନ୍ଧ୍ୟାରେ ବାରିପଦା ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ସୁମିର ମୃତ୍ୟୁ ଘଟିଥିଲା l
ତେବେ ଏନେଇ ସୁମିର ସ୍ୱାମୀ କହିବା କଥା କି ସୁମିର ଇନଷ୍ଟାଗ୍ରାମରେ ରିଲ କରିବାକୁ ନେଇ ବିବାହର ମାତ୍ର ଅଳ୍ପ ଦିନପରେ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା l ବୁଧବାର ମଧ୍ୟ ମୁଁ ରିଲ କରିବା ନେଇ କରିବାରୁ ସେ ରାଗରେ ମାଛିମରା ବିଷ ଖାଇଦେଇଥିଲା l ତେବେ ପୁଲିସ ସୁକୁଟୁର ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ ପୂର୍ବକ ୧୮୫/୨୫ନଂ ରେ ଏକ ଯୌତୁକଜନିତ ମାମଲା ରୁଜୁ କରି ବିଚିତ୍ରାକୁ ଗିରଫ କରିଛି l
arrest