୧୯୬୫ରେ ଭାରତର ଆଣବିକ ଅଭିଯାନ ହୋଇଥିଲା ବିଫଳ

ନନ୍ଦାଦେବୀରେ ଛାଡ଼ି ଆସିଲେ ତେଜସ୍କ୍ରିୟ ପଦାର୍ଥ

ନୂଆଦିଲ୍ଲୀ: ଚୀନ ସହିତ ୧୯୬୨ରେ ସଂଘଟିତ ହୋଇଥିବା ସିନୋ-ଇଣ୍ଡୋ ଯୁଦ୍ଧରେ ଭାରତ ପରାସ୍ତ ହେବା ପରେ ସେହି ଦିନ ଠାରୁ ସୀମାରେ ବିବାଦ ଲାଗି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ସୀମାରେ ଉଭୟ ଦେଶର ସେନା ନିଜ ଦେଶରୁ ବିପରୀତ ଦେଶକୁ ଜଗି ରହିଛନ୍ତି। ଚୀନ ସେନାର ବୃଦ୍ଧି ନେଇ ଭାରତର ଚିନ୍ତା ବଢ଼ି ଥିବା ବେଳେ, ଭାରତୀୟ ସୀମାରେ ଉତ୍ତେଜନା ଦେଖାଯାଉଛି। ମଝିରେ ମଝିରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଦେଖାଯାଉଛି।

ଯୁଦ୍ଧର ୨ ବର୍ଷ ପରେ ଅର୍ଥାତ ୧୯୬୪ରେ ଚୀନ ପ୍ରଥମ ଥର ପାଇଁ ଜିନଜିଆଙ୍ଗ ରାଜ୍ୟରେ ଆଣବିକ ପରୀକ୍ଷା କରିଥିଲା ଯାହାକୁ ନେଇ ଭାରତର ଚିନ୍ତା ବଢ଼ି ଯାଇଥିଲା। ଏହା ପରେ ଭାରତ ମଧ୍ୟ ନନ୍ଦାଦେବୀ ପାର୍ବତ୍ୟାଞ୍ଚଳରେ ଏକ ଆଣବିକ ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଅନ୍ୟପକ୍ଷରେ ଭାରତର ୨ୟ ଉଚ୍ଚତମ ଶୃଙ୍ଗ (୨୫,୬୪୩ଫୁଟ୍‌)ରେ ଆଣବିକ ପରୀକ୍ଷା କରିବା କଷ୍ଟକର କାମ ଥିଲା। ଏଥି ପାଇଁ ଭାରତକୁ ସିଆଇଏ ସହଯୋଗ କରିଥିଲା।

ଠିକ୍‌ ଗୋଟିଏ ବର୍ଷ ପରେ ଅର୍ଥାତ ୧୯୬୫ରେ ଭାରତୀୟ ଗୁଇନ୍ଦା ସସ୍ଥା(ଆଇବି)କୁ ସିଆଇଏ ସହଯୋଗ କରି ଏକ ସମ୍ମିଳନୀ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁସାରେ ଏକ ପର୍ବତାରୋହୀ ଦଳ ଗୁରୁତ୍ୱପୂର୍ଣ୍ଣ ଆଣବିକ ସରଞ୍ଜାମ (୫୬କିଲୋ)ସହିତ ଶୃଙ୍ଗକୁ ଚଢ଼ିଥିଲେ। ସରଞ୍ଜାମ ଭିତରେ ୮-୧୦ ଫୁଟ୍‌ ବିଶିଷ୍ଟ ଏକ ଆଣ୍ଟିନା, ୨ଟି ଟ୍ରାନ୍‌ସସ୍କିଭର ସେଟ୍‌, ପାଇଭୋଟାଲ ଜିନିଷ ଓ ନ୍ୟୁକ୍ଲିୟର ଆକ୍ସିଲାରି ପାଓ୍ଵାର ଜେନେରେଟର ମଧ୍ୟ ଥିଲା।

ସେହି ବର୍ଷ ଅକ୍ଟୋବର ୧୮ରେ ଆଣବିକ ପରୀକ୍ଷା କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇ ଥିଲା। ମନମୋହନ ସିଂହ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଶିବିର-୪ରେ ପହଞ୍ଚି ଥିଲେ, ଯାହାକି ୨୪,୦୦୦ ଫୁଟ୍‌ ଉଚ୍ଚରେ ଥିଲା। ସେହି ସମୟରେ ଟିମ୍‌ର କିଛି ସଦସ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଥଣ୍ଡା ଏଭଳି ଥିଲା ଯେ, ଟିମ୍‌ର ସଦସ୍ୟମାନେ ପ୍ରତି ସେକେଣ୍ଡରେ ନିଜକୁ ଦୁର୍ବଳ ମନେ କରୁଥିଲେ। ଶେଷରେ ଦଳ ଫେରି ଆସିଥିଲେ। ଭାରତର ଆଣବିକ ଅଭିଯାନ ବିଫଳ ହୋଇଥିଲା। ଟିମ୍‌ର ସଦସ୍ୟମାନେ ସାଥିରେ ନେଇ ଯାଇଥିବା ତେଜସ୍କ୍ରିୟ ପଦାର୍ଥକୁ ପରୀକ୍ଷା କରି ପାରି ନ ଥିଲେ।

ସମ୍ବନ୍ଧିତ ଖବର