ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନହରା ପଞ୍ଚାୟତ ବଡ଼ମନ୍ଦାରୁଣୀ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗା ନାରାୟଣ ପରିଡ଼ାଙ୍କ ନାତୁଣୀ ତଥା ବିଶ୍ବଜିତ ପରିଡ଼ା ଓ ଅନୁରାଧା ଦେଙ୍କ ମାତ୍ର ସାଢେ ୩ ବର୍ଷର ଝିଅ ବି.ସାଇନ୍ଧବି ଅନ୍ୟନ୍ୟା ଖୁବ୍ କମ ସମୟରେ ଅତି ନିର୍ଭୁଲ ଭାବେ ସାଧାରଣ ଜ୍ଞାନର ଉତ୍ତର ଦେବା ସହ ଅତି ପ୍ରାଞ୍ଜଳ ଭାବେ ମନ୍ତ୍ର,ଶ୍ଳୋକ ସହ ହିନ୍ଦୀ ଓ ଇଂରାଜୀରେ ରାଇମ୍ ବୋଲି ଆଇବିଆର ଅଥବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ଅଧିକାରିଣୀ ହୋଇଛନ୍ତି।

Advertisment

ଆଇବିଆର ତରଫରୁ ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଅନ୍ୟନ୍ୟା ଅନ୍ୟ ପ୍ରତିଯୋଗୀଙ୍କ ସହ ଭାଗ ନେଇ ବିନା କାହାରି ସାହାଯ୍ୟରେ ଓ ନିଜ ପ୍ରତିଭା ବଳରେ ୧୨ ଟି ସାଧାରଣ ଜ୍ଞାନର ପ୍ରଶ୍ନ ସଠିକ୍ ଉତ୍ତର ପ୍ରଦାନ କରିଥିଲେ। ଏହାପରେ ୧୨ ଟି ମନ୍ତ୍ର ଓ ଶ୍ଳୋକକୁ ମଧ୍ୟ ପ୍ରାଞ୍ଜଳ ଭାବେ ବୋଲି ଥିଲେ। ପୁଣି ୮ ଟି ହିନ୍ଦୀ ଇଂରାଜି ନର୍ସରୀ ରାଇମ୍ ମଧ୍ୟ ସେ ବୋଲି ଥିଲେ। ଆଇବିଆରର ଏକ ଉଚ୍ଚସ୍ତରୀୟ ସମ୍ପାଦନା ମଣ୍ଡଳୀ ଦୀର୍ଘ ସମୟ ଧରି ତର୍ଜମା କରିବା ପରେ ଅନ୍ୟନ୍ୟାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପରି ବିରଳ ପ୍ରତିଭାର ଅଧିକାରିଣୀ ଭାବେ ମନୋନୀତ କରିଥିଲେ। ଅନ୍ୟନ୍ୟାଙ୍କ ଜନ୍ମ ୨୦୨୧ ମସିହା ଜୁଲାଇ ମାସ ୧୩ ତାରିଖରେ।

zx

ବାପା ବିଶ୍ବଜିତ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ମିଶନ ଶକ୍ତିରେ ଡିପିସି ଭାବେ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ, ମାଆ ଅନୁରାଧା ଇଂରାଜିରେ ସ୍ନାତକ ସହ ଝିଅର ଶିକ୍ଷା ପାଇଁ ନିରନ୍ତର ଚେଷ୍ଟା ଚଳାଇଛନ୍ତି। ଆଇବିଆର ତରଫରୁ ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଅନ୍ୟନ୍ୟା ଅନ୍ୟ ପ୍ରତିଯୋଗୀଙ୍କ ସହ ଭାଗ ନେଇ ବିନା କାହାରି ସାହାଯ୍ୟରେ ଓ ନିଜ ପ୍ରତିଭା ବଳରେ ୧୨ ଟି ସାଧାରଣ ଜ୍ଞାନର ପ୍ରଶ୍ନ ସଠିକ୍ ଉତ୍ତର ପ୍ରଦାନ କରିଥିଲେ। ଏହାପରେ ୧୨ ଟି ମନ୍ତ୍ର ଓ ଶ୍ଳୋକକୁ ମଧ୍ୟ ପ୍ରାଞ୍ଜଳ ଭାବେ ବୋଲି ଥିଲେ। ପୁଣି ୮ ଟି ହିନ୍ଦୀ ଇଂରାଜି ନର୍ସରୀ ରାଇମ୍ ମଧ୍ୟ ସେ ବୋଲି ଥିଲେ। ଆଇବିଆରର ଏକ ଉଚ୍ଚସ୍ତରୀୟ ସମ୍ପାଦନା ମଣ୍ଡଳୀ ଦୀର୍ଘ ସମୟ ଧରି ତର୍ଜମା କରିବା ପରେ ଅନ୍ୟନ୍ୟାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପରି ବିରଳ ପ୍ରତିଭାର ଅଧିକାରିଣୀ ଭାବେ ମନୋନୀତ କରିଥିଲେ। ଅନ୍ୟନ୍ୟାଙ୍କ ଜନ୍ମ ୨୦୨୧ ମସିହା ଜୁଲାଇ ମାସ ୧୩ ତାରିଖରେ। ଅନ୍ୟନ୍ୟା ଙ୍କୁ ଏହି ସଫଳତା ମିଳିବା ପରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।