କୋଣାର୍କ: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ର ଫଳ ପ୍ରକାଶିତ ହେବା ପରେ ଏଥିରେ ସଫଳତା ପାଇ କୋଣାର୍କ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ଜଣେ ବାଦାମ ଓ ଆଇସକ୍ରିମ ବିକାଳିଙ୍କ ପୁତ୍ର । ସୂଚନା ମୁତାବକ ଖୋର୍ଦ୍ଧ ଜିଲ୍ଲାର ପୋଡାପାଟଣା ଗ୍ରାମରୁ ୧୯୯୨ ମସିହାରୁ କୋଣାର୍କକୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଆସି କୋଣାର୍କ ଏନଏସିର ୯ନଂ ୱାର୍ଡ ମାଉସିମା ସାହିରେ ପରିବାର ଧରି ରହି ଆସୁଥିବା ବାଦାମ ଓ ଆଇସକ୍ରିମ ବିକାଳି ଗଙ୍ଗାଧର ବେହେରାଙ୍କ ବଡ ପୁତ୍ର ଗଦାଧର ବେହେରା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ ୨୯୦ ସ୍ଥାନ ରଖି ନିଜର ସଫଳତା ହାସଲ କରିଛନ୍ତି ।
ସେ ଜଣେ ସାଧାରଣ ପରିବାରୁ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହୋଇ ଏହି କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପିତା ଗଙ୍ଗାଧର ପେସାରେ ଜଣେ ଆଇସକ୍ରିମ ବିକାଳି ହୋଇଥିବାବେଳେ ମା ଜଣେ ଗୃହିଣୀ ଅଟନ୍ତି। ସେ କୋଣାର୍କ ଆଶ୍ରମ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢି ୬ଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ କୋଣାର୍କ ସରକାରୀ ହାଇସ୍କୁଲରେ ପଢିବା ପରେ ୯ମ ରୁ +୨ କୋଣାର୍କ ନବୋଦୟ ବିଦ୍ୟାଳୟରେ ପଢିଥିଲେ।
ଉତ୍ତରାଖଣ୍ଡରେ ବିଟେକ ଅଧ୍ୟୟନ ପରେ ମାଡ୍ରାସ୍ ରେ ଏମଟେକ କରିଛନ୍ତି । ବାପା ମାନଙ୍କ ପ୍ରେରଣା ପାଇ ଗଦାଧରଙ୍କ ସଫଳତା ସାଉଁଟି ଥିବାକୁ ନେଇ ଆଜି କୋଣାର୍କ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଗଦାଧର ଓ.ଏ.ଏସ୍ ରେ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ୯ ନଂ ୱାର୍ଡର କାଉନସିଲର ସୌମ୍ୟସୌରଭ ଦାଶଙ୍କ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/27/new-project-2025-09-27-21-35-07.jpg)