କରୋନା ଭାଇରସ ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ ସୁପାରିଶ କଲା ଆଇସିଏମଆର, କେବଳ ଜରୁରୀ ପରିସ୍ଥିତିରେ ସେବନ କରାଯାଇପାରିବ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ବିଶ୍ୱସ୍ତରରେ ଏହାର ଟୀକା ଓ ଔଷଧ ବାହାର କରିବାକୁ ଉଦ୍ୟମ ଜୋରଦାର ହୋଇଛି । ତେବେ ଏହାର ଔଷଧ ବାହାରିବାକୁ ଆହୁରି ବର୍ଷେ ସମୟ ଲାଗିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ତେବେ ବର୍ତ୍ତମାନ ସମୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନିର୍ଦ୍ଦିଷ୍ଟ ଔଷଧର ବ୍ୟବହାର କରାଯାଉଛି ।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା ସ୍ଥାପିତ ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ କରୋନାଭାଇରସ ଚିକିତ୍ସା ପାଇଁ ସୁପାରିଶ କରାଯାଇଛି । ତେବେ କେବଳ ଅତି ଗୁରୁତର ହୋଇପଡ଼ିଥିବା ରୋଗୀମାନଙ୍କୁ ହିଁ କେବଳ ଏହି ଔଷଧ ଡାକ୍ତରଙ୍କ ନିର୍ଦ୍ଦେଶରେ ଦିଆଯାଇପାରିବ । ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ମଧ୍ୟ ଏହି ଔଷଧକୁ କେବଳ ଜରୁରିକାଳୀନ ସ୍ଥିତିରେ ସେବନ କରିବାକୁ ଅନୁମତି ଦିଆଯାଇଛି ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଔଷଧ ମାଧ୍ୟମରେ କରୋନା ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ କେତେକ ଦେଶରେ ମଧ୍ୟ ଏହି ଔଷଧର ବ୍ୟବହାର କରାଯାଉଛି ।

ସମ୍ବନ୍ଧିତ ଖବର