ରାଉରକେଲା: ପୁଣି ଆଜି ସକାଳୁ ପୃଥକ୍ ପୃଥକ୍ ଆଇ ଡି ବିସ୍ଫୋରଣ ହୋଇଥିବାର ସୂଚନା ରହିଛି। ଝାଡ଼ଖଣ୍ଡର କରମପଦା ରେଲୱେ ଷ୍ଟେସନ ନିକଟ ଓ ଓଡ଼ିଶାର କେ ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍ ରେ ଆଇ ଡି ବିସ୍ପୋରଣ ଘଟିଛି। ଗତକାଲି ଆଇ ଡି ବିସ୍ଫୋରଣ ପରେ ବିମଲାଗଡ଼ ସେକ୍ସନ ରେଲୱେ ଲାଇନ୍ ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ହାଇ ଆର୍ଲଟରେ ଓଡ଼ିଶା ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି।
ଅନ୍ୟପକ୍ଷରେ ଗତକାଲି ରାତି ପ୍ରାୟ ୧୧.୧୫ରେ ଏହି ମାର୍ଗର ରେଞ୍ଜଡ଼ା ଓ କମରପଦା ଷ୍ଟେସନ୍ ମଝିରେ ମାଓବାଦୀମାନେ ବ୍ୟାନର୍ ଲଗାଇଥିଲେ। ମାଲଗାଡ଼ି ଲୋକୋ ପାଇଲଟ୍ ଆର୍ଏନ୍ ସ୍ବାଇଁ ଟ୍ରାକ୍ରେ ମାଓ ବ୍ୟାନର ଦେଖି ଗାଡ଼ି ଅଟକାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ରେଳ ପ୍ରଶାସନର ନିର୍ଦେଶରେ ଟ୍ରେନ୍ଟିକୁ ରେଞ୍ଜଡ଼ା ଷ୍ଟେସନ୍କୁ ଫେରାଇ ଅଣାଯିବା ସହ ଏହି ମାର୍ଗରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା।
ସହିଦ ସପ୍ତାହ ଓ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଛତିଶଗଡ଼ ବନ୍ଦ ଡାକରାରେ ହିଂସାକାଣ୍ଡ ଭିଆଇଛି ମାଓବାଦୀ ସଙ୍ଗଠନ। ୧୧ ଘଣ୍ଟା ମଧ୍ୟରେ ତିନିଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ରେଳ କର୍ମଚାରୀଙ୍କ ଜୀବନ ଯାଇଛି। ଅନ୍ୟ ଜଣେ ଗୁରୁତର ରେଳ କର୍ମଚାରୀ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବିମଳାଗଡ-କରମପଦା ମାର୍ଗର ରେଞ୍ଜଡ଼ା ଓ କରମପଦା ରେଳଲାଇନ୍ରେ ଘଟିଛି ଏହି ବିସ୍ଫୋରଣ। ପ୍ରଥମ ବିସ୍ଫୋରଣଟି ରବିବାର ସକାଳ ପ୍ରାୟ ୬.୪୦ରେ କରମପଦା ଷ୍ଟେସନ୍ ନିକଟରେ ହୋଇଥିଲା। ଏଥିରେ କେବଳ ରେଳଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା। ବିମଳାଗଡ଼ ଆର୍ପିଏଫ୍ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦ୍ବିତୀୟ ବିସ୍ଫୋରଣଟି ପୂର୍ବାହ୍ନ ପ୍ରାୟ ୧୦.୦୫ରେ ରେଞ୍ଜଡ଼ା ରେଳଷ୍ଟେସନ୍ ନିକଟରେ ହୋଇଥିଲା। ପାଟ୍ରୋଲିଂ କରୁଥିବା ଦୁଇ ରେଳ କର୍ମଚାରୀଙ୍କ ମଧ୍ୟରୁ ବିଶ୍ରା ଡରେଇକେଲା ନିବାସୀ କି-ମ୍ୟାନ୍ ଏତୁଆ ଓରାମ (୫୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ବୁଧରାମ ମୁଣ୍ଡା (୫୨)ଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ପ୍ରାୟ ୧୧.୧୫ରେ ଏହି ମାର୍ଗର ରେଞ୍ଜଡ଼ା ଓ କମରପଦା ଷ୍ଟେସନ୍ ମଝିରେ ମାଓବାଦୀମାନେ ବ୍ୟାନର୍ ଲଗାଇଥିଲେ। ମାଲଗାଡ଼ି ଲୋକୋ ପାଇଲଟ୍ ଆର୍ଏନ୍ ସ୍ବାଇଁ ଟ୍ରାକ୍ରେ ମାଓ ବ୍ୟାନର ଦେଖି ଗାଡ଼ି ଅଟକାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ରେଳ ପ୍ରଶାସନର ନିର୍ଦେଶରେ ଟ୍ରେନ୍ଟିକୁ ରେଞ୍ଜଡ଼ା ଷ୍ଟେସନ୍କୁ ଫେରାଇ ଅଣାଯିବା ସହ ଏହି ମାର୍ଗରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା।
ସେହିପରି ସନ୍ଧ୍ୟା ୫ଟା ୫୦ଟାରେ କରମପଦା ରେଳ ଷ୍ଟେସନ୍ ନିକଟ ରେଳୟାର୍ଡରେ ଆଉ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ରେଳଟ୍ରାକ୍ ଓ ସ୍ଲିପର୍ କ୍ଷତିଗ୍ରସ୍ତ ହୋଇଛି। ତୃତୀୟ ବିସ୍ଫୋରଣ ପରେ ସୁରକ୍ଷାଦୃଷ୍ଟିରୁ ସିଆର୍ପିଏଫ୍ ଯବାନ କରମପଦା ଷ୍ଟେସନ୍ ରନିଂ ରୁମ୍କୁ ଘେରି ରହିଛନ୍ତି। ସିଆର୍ପିଏଫ୍ କ୍ୟାମ୍ପ୍ରୁ ମାତ୍ର ୫୦୦ ମିଟର ଦୂରରେ ତୃତୀୟ ବିସ୍ଫୋରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବଣ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ସିଆର୍ପିଏଫ୍, ଆର୍ପିଏଫ୍ ଓ ପୁଲିସ ପକ୍ଷରୁ ସର୍ଚ ଅପରେସନ୍ ଜୋରଦାର କରାଯାଇଛି। ଚକ୍ରଧରପୁର ଡିଆର୍ଏମ୍ ତରୁଣ ହୁରିଆ ହସ୍ପିଟାଲରେ ପହଞ୍ଚି ଗୁରୁତର ବୁଧରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ମୃତକ ଏତୁଆ ଓରାମଙ୍କ ପରିବାରକୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/04/ied-2025-08-04-10-45-26.png)