ବ୍ରଜରାଜନଗର: ତ୍ୱରିତ ପଦକ୍ଷେପ ସହିତ କମ୍ ସମୟରେ ଚାର୍ଜସିଟ୍ ଦାଖଲ, ଠିକ୍ ସମୟରେ ସାକ୍ଷୀ ଉପସ୍ଥାପନ, ଫୋରେନସିକ୍ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହୋଇଥିବା ଅନୁସନ୍ଧାନର ପ୍ରମାଣ ଦେଇ ଦୋଷୀକୁ ସଜା ହୋଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଆଇ ଆଇ ସି ଧବଳେଶ୍ବର ସାହୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ମିଳିଛି ପ୍ରଶଂସା ପତ୍ର ଓ ୫ହଜାର ଟଙ୍କାର ଅର୍ଥ ପୁରସ୍କାର।ଏହି ପୁରସ୍କାର ରାଜ୍ୟ ପୁଲିସ ଡି ଜି ଯୋଗେଶ ବାହାଦୂର ଖୁରାନିଆଙ୍କ ହାତରୁ ଭୁବନେଶ୍ୱର ପୁଲିସ ଭବନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସାବରେ ସେ ଗ୍ରହଣ କରିଥିଲେ।
ବ୍ରଜରାଜନଗର ଥାନାରେ ଘଟଣାର ୧୬ ଦିନରେ ଚାର୍ଜସିଟ୍ ଦାଖଲ ଓ ୩୭ ଦିନରେ କେସର ବିଚାର କରାଯାଇ ଦୋଷୀକୁ ୨୫ ବର୍ଷ କାରାଦଣ୍ଡ ଓ ୧୨ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଏକ ପୋକ୍ସୋ ମାମଲା ହୋଇଥିବାରୁ ଘଟଣାରେ ସରକାର ନାବାଳକ ପୀଡ଼ିତକୁ ୮ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି। ବ୍ରଜରାଜନଗର ଥାନାରେ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ୧୩୭(୧)(୬),୧୧୫(୨)/୩୫୧(୨) ଭାରତୀୟ ନ୍ୟାୟ ସହିତା/ ୬ ପୋକ୍ସୋ ଆଇନରେ ମାମଲା ମାମଲା ରୁଜୁ ହୋଇଥିଲା। ଏହି କେସରେ ତତକାଳୀନ ଏସ୍ ପି ପରମାର ସ୍ମିଥ ଓ ସରକାରୀ ଓକିଲ ପି ଆର ସିଂଦେଓଙ୍କୁ ମଧ୍ୟ ଅନୁରୂପ ଭାବରେ ପୁରସ୍କୃତ କରାଯାଇଛି।