ରାଉରକେଲା/ବେଦବ୍ୟାସ: କଲୁଙ୍ଗା ଶିଳ୍ପାଞ୍ଚଳ ଓ ଏହାର ଆଖପାଖରେ ଦିନକୁ ଚୋରା ମଦ ଓ ସ୍କ୍ରାପ କାରକାର ବଢ଼ିଚାଲିଛି। ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି ଓ ଚୋରାଚାଲାଣକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଚୋରା ବେପାରୀମାନେ ଏହାର ଭରଫୁର ଫାଇଦା ଉଠାଉଛନ୍ତି। ପ୍ରାୟ ସମସ୍ତ ଢ଼ାବାଗୁଡ଼ିକରେ ଚୋରାମଦ ବିକ୍ରି ହେଉଛି। ସକାଳୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଢ଼ାବାଗୁଡ଼ିକରେ ଚୋରା ମଦର ଆସର ଜମୁଛି। ଏଭଳି ଚୋରାକାରବାର ଚାଲୁଥିଲେ ହେଁ ପୁଲିସ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ହେଲେ ପୁଲିସ ଓ ଅବକାରୀ ବିଭାଗ କାଁଭାଁ ଚଢ଼ଉ କରି କାମ ସାରିଦେଉଛନ୍ତି। ଚଢ଼ଉ ପରେ କିଛି ଦିନ ଢ଼ାବା ଓ କିଛି ଦୋକାନରେ ଚୋରାମଦ ବିକ୍ରି ବନ୍ଦ ରହୁଛି। ତା’ ପରେ ବିକ୍ରି କରୁଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମାସକୁ ୧୦ ଦିନ ଚୋରାମଦ କାରବାର ବନ୍ଦ ହେଉଛି। ହେଲେ ୨୦ ଦିନ ବେଧଡ଼କ ଚାଲିଛି। ସେମିତି ଚୋରା ସ୍କ୍ରାପ ସିଧାସଳଖ ଇଣ୍ଡକ୍ସନ ଫ୍ୟାକ୍ଟ୍ରିକୁ ଚାଲିଯାଉଛି। ସେଠାରେ ରାତାରାତି ସ୍କ୍ରାପ୍ଗୁଡ଼ିକୁ ତରଳାଇ ଦିଆଯାଉଛି। ଯାହାର ଟେର୍ ପାଉନି ପୁଲିସ। କିଛି ଚୋରା ମଦ ଓ ସ୍କ୍ରାପବେପାରୀ ଥାନାର କିଛି ପୁଲିସ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ଏଭଳି ଚୋରାକାରବାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ବେଦବ୍ୟାସ ଓ କଲୁଙ୍ଗା ଶିଳ୍ପାଞ୍ଚଳରେ ଚୋରାକାରବାର ରୋକିବାକୁ ଏସ୍ପି ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/24/SFBEIHlgX2HiaEjLfwGw.png)