ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି। ମେଲଣ ଚାଲିଥିବା ବେଳେ ପାଖ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବେଶ ଜମିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରି ବିପୁଳ ପରିମାଣ ମଦ ଜବତ କରିଛି। 

Advertisment

ବରୀ ନାଥପୁର ମେଲଣ ଚାଲିଥିବା ବେଳେ ସେହି ଅଞ୍ଚଳର ଚୋରା ମଦ ବ୍ୟବସାୟୀମାନେ ବିପୁଳ ପରିମାଣର ମଦ ମହଜୁଦ ରଖିଥିଲେ। ପୁଲିସ ଚଢ଼ାଉ କରି ଦୁଇ ଜଣ ଚୋରା ମଦ ବ୍ୟବସାୟୀଙ୍କ ନିକଟରୁ ୬୪ ଲିଟର ମଦ ଜବତ କରିଛି। ଏହାସହ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ବ୍ୟବସାୟୀ ଦୁଇଜଣ ଧାରପୁର ଅଞ୍ଚଳର ବୋଲି ଜଣାଯାଇଛି। ବରୀ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। 

crime