ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କୋକରେମା, ସାଆଡ଼ଜଡ, ଗୁଟିଧର ଅଞ୍ଚଳରେ ଚଢ଼ାଉ କରାଯାଇ ମୋଟ ୧୮୬ ଲିଟର ବେଆଇନ ମହୁଲି ମଦ ନଷ୍ଟ କରାଯାଇଛି। ଏଥିସହିତ ଦୁଇଟି ସ୍କୁଟି ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ୮ ଅଭିଯୁକ୍ତଙ୍କୁ  ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

Advertisment

ଏହି ଚଢ଼ାଉରେ ଇନସ୍ପେକ୍ଟର ମୋହନ ପଧାନ , ଦିଲ୍ଲୀପ ନାୟକ, ଏଏସଆଇ ବିଦ୍ୟୁତ ଭୂଷଣ ଦାସ, କୁମାରୀ ଯେମମଣୀ କିସାନ, ଶ୍ରୀନିବାସ ବିଶୋଇ, ସୌମ୍ୟରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, କୁମାରୀ ପ୍ରଧାନ, ବିକଟୋରିଆ ଡୁଙ୍ଗଡୁଙ୍ଗ, ନିରଞ୍ଜନ ରାଉତ, ଆକାଶ ପଟେଲ ପ୍ରମୁଖ ସାମିଲ ଥିଲେ l