ରାୟଗଡ଼ା: ଆନ୍ଧ୍ର- ଓଡ଼ିଶା ସୀମାନ୍ତ ଜଗନ୍ନାଥ ବିଟ ଅଞ୍ଚଳରେ ଗୁଣପୁର ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ବେଆଇନ ଭାବେ ମୁଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ଏକ ମାକ୍ସ ପିକ ଆପ ଭ୍ୟାନ୍ ଉପରେ ବନ ବିଭାଗର କର୍ମଚାରୀ ଚଢ଼ଉ କରି ବିପୁଳ ପରିମାଣର ଶାଗୁଆନ କାଠ ସହ ଗାଡ଼ି ଜବତ କରିଛନ୍ତି। ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ଭ୍ୟାନ ଚାଳକ ତଥା ଗାଡ଼ି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଗାଡ଼ି ଚାଳକଙ୍କ ଘର ଆନ୍ଧ୍ର ପ୍ରଦେଶର ନୀଳକଣ୍ଠପୁର ଥାନା ଅନ୍ତର୍ଗତ ସାଞ୍ଜୁବାଇ ଗ୍ରାମର ବିଡ଼ିକା ବିଜୟ କୁମାର ବୋଲି ଜଣାପଡ଼ିଛି।
ବିଳମ୍ବିତ ରାତିରେ ଗୁଣପୁର ବନ ବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରେଲିଗୁଡ଼ା ନିକଟରେ ଏକ ମାକ୍ସ ପିକଅପ ଭ୍ୟାନ୍ ଉପରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବେଆଇନ ଭାବେ ଶାଗୁଆନ କାଠ ଆନ୍ଧ୍ର ଅଭିମୁଖେ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଜବତ ଶାଗୁଆନ କାଠ ସବୁ ବେଆଇନ ଭାବେ ଆନ୍ଧ୍ରର ମାରାଡ଼ା ଅଞ୍ଚଳରୁ ଚୋରା ଚାଲାଣ ହୋଇ ଆନ୍ଧ୍ରର ଅନ୍ୟ ଏକ କାଠ ଡିପୋକୁ ଚାଲାଣ ହେଉଥିଲା ବୋଲି ବନ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ଜବତ ଶାଗୁଆନ କାଠ ୮୦ ସିଏଫଟିର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୨ ହଜାର ଟଙ୍କା ହେବ ବୋଲି ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ପ୍ରକାଶ କରିଛନ୍ତି। ଚୋରା ଚାଲାଣରେ ବ୍ୟବହୃତ ଭ୍ୟାନକୁ ଜବତ କରିବା ସହ ଗାଡ଼ି ଚାଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଗୁଣପୁର ବନ ବିଭାଗ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୁଣପୁର ବନ ବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରେଲିଗୁଡ଼ା ନିକଟରେ ଏକ ମାକ୍ସ ପିକଅପ ଭ୍ୟାନ୍ ଉପରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବେଆଇନ ଭାବେ ଶାଗୁଆନ କାଠ ଆନ୍ଧ୍ର ଅଭିମୁଖେ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଜବତ ଶାଗୁଆନ କାଠ ସବୁ ବେଆଇନ ଭାବେ ଆନ୍ଧ୍ରର ମାରାଡ଼ା ଅଞ୍ଚଳରୁ ଚୋରା ଚାଲାଣ ହୋଇ ଆନ୍ଧ୍ରର ଅନ୍ୟ ଏକ କାଠ ଡିପୋକୁ ଚାଲାଣ ହେଉଥିଲା ବୋଲି ବନ ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ଜବତ ଶାଗୁଆନ କାଠ ୮୦ ସିଏଫଟିର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୨ ହଜାର ଟଙ୍କା ହେବ ବୋଲି ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ପ୍ରକାଶ କରିଛନ୍ତି । ଚୋରା ଚାଲାଣରେ ବ୍ୟବହୃତ ଭ୍ୟାନକୁ ଜବତ କରିବା ସହ ଗାଡ଼ି ଚାଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଗୁଣପୁର ବନ ବିଭାଗ।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/27/eZJ062qaiv1LNd073hze.jpg)