୨ଟି ଆସନରୁ ମୁଁ ଜିତିଵି: ନିରଞ୍ଜନ ପଟ୍ଟନାୟକ 

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଦମ୍ଭୋକ୍ତି ଦେଖାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସରକାର ଗଠନ କରିବୁ ବୋଲି ସେ କେବେ ଆଶାବାଦୀ ନୁହନ୍ତି।
ଗତ ଥର ଅପେକ୍ଷା ଅଧିକ ସିଟ୍ ଜିତିବା ସହ ସେ ଭଣ୍ଡାରୀପୋଖରୀ ଓ ଘସିପୁରା ଆସନରୁ ବିଜୟୀ ହେବେ ବୋଲି କହିଛନ୍ତି |
ସେହିପରି   କଂଗ୍ରେସ ଫାଇଟ୍ ଦେଇଛି, ଫଳାଫଳ କ’ଣ ହେବ ଅଲଗା କଥା ବୋଲି ସ୍ୱୀକାର କରିଛନ୍ତି ନିରଞ୍ଜନ | ଦକ୍ଷିଣ ଓ ଉପକୂଳରେ କଂଗ୍ରେସ ଭଲ କରିବ ବୋଲି କହିଥିବାବେଳେ ପଶ୍ଚିମ ଓଡ଼ିଶାରେ ଆଶା ନାହିଁ ବୋଲି ପିସିସି ସଭାପତି କହିଛନ୍ତି |
ସେହିପରି ପ୍ରମୁଖ ବିରୋଧୀଦଳରେ କଂଗ୍ରେସ ରହିବ କି ନାହିଁ ତାଙ୍କର ସନ୍ଦେହ ଅଛି | ଯଦି ବିଜେପି ଓ ବିଜେଡି ମିଶିଯାନ୍ତି ତେବେ ପ୍ରମୁଖ ବିରୋଧୀ କଂଗ୍ରେସ ହେବ ବୋଲି କହିଛନ୍ତି |
ସୋନିଆଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ କହିଛନ୍ତି ଯେ ନବୀନ ଯିବେ କି ନାହିଁ ସେ କହିପାରିବେ ନାହିଁ | ସେ ଭାବୁଛନ୍ତି ଯେ ନବୀନ ଯିବେ ନାହିଁ | ସେହିପରି କେନ୍ଦ୍ରରେ ଯିଏ ସରକାର କରିବ ତା ଉପରେ ନଜର ରଖୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି |
ସମ୍ବନ୍ଧିତ ଖବର