କ୍ରିକେଟ ଓ ରାଜନୀତିରେ ସବୁ ସମ୍ଭବ, କେତେବେଳେ ବାଜି ଓଲଟିଯିବ ଜଣାପଡେନି: ନିତିନ ଗଡ଼କରୀ

ମୁମ୍ବାଇ: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ଘଟଣାକ୍ରମକୁ ନେଇ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ କ୍ରିକେଟ ଓ ରାଜନୀତିରେ କିଛି ବି ସମ୍ଭବ | କେବେ ଆପଣଙ୍କୁ ଲାଗିପାରେ ଏହି ମ୍ୟାଚ ସମ୍ପୃକ୍ତ ଦଳ ହାରିଯିବା କିନ୍ତୁ ଶେଷରେ ପରିଣାମ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ | ସେ କହିଛନ୍ତି ଯେ ରାଜନୀତି ଓ କ୍ରିକେଟରେ କେତେବେଳେ ବାଜି ଓଲଟିଯିବ ଜଣାପଡେ ନାହିଁ | କେନ୍ଦ୍ର ମନ୍ତ୍ରୀଙ୍କୁ ଉପସ୍ଥିତ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଯଦି ବିନା ବିଜେପି ସରକାର ମହାରାଷ୍ଟ୍ରରେ ହୁଏ ତେବେ ମୁମ୍ବାଇରେ ଜାରି ରହିଥିବା ଯୋଜନା ଗୁଡିକ କଣ ହେବ |


ଏହାର ଜବାବରେ ଗଡ଼କରୀ କହିଥିଲେ ଯେ ସରକାର ବଦଳେ, କିନ୍ତୁ ଯୋଜନା ଜାରି ରହିଥାଏ | ସରକାର ଯାହାର ବି ହେଉ ଆମେ ସକାରାତ୍ମକ ନୀତିର ସମର୍ଥନ କରିବୁ | ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବହୁମତ ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଗଠବନ୍ଧନ ଭାଙ୍ଗିଯାଇଛି |

ସମ୍ବନ୍ଧିତ ଖବର