ଲକ୍ଷ୍ନୌ: ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ବାହାରେ ପ୍ରଚାର କରିଛନ୍ତି। ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଆସାମର ସିଲଚରରେ ରୋଡ ସୋ’ କରିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ପ୍ରିୟଙ୍କାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସହ ବହୁ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିଛି। ସିଲଚରର କଂଗ୍ରେସର ମହିଳା ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରିୟଙ୍କା।

Advertisment

publive-image source : Hindustan Times

ୟୁପିର ପୂର୍ବାଂଚଳ ଦାୟିତ୍ୱରେ ଥିବା ପ୍ରିୟଙ୍କାଙ୍କୁ ସାରା ଦେଶରେ ଷ୍ଟାର କ୍ୟାମ୍ପେନର ଭାବେ ମୈଦାନକୁ ଓହ୍ଲାଇବାକୁ କଂଗ୍ରେସ ଯୋଜନା ରଖିଛି। ଆଉ ଏହାର ପ୍ରମାଣ ଆଜି ଆସମର ସିଲଚରରେ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବାହାରେ ପ୍ରିୟଙ୍କାଙ୍କ ପ୍ରଚାର କଂଗ୍ରେସକୁ ଫାଇଦା ପହଂଚାଇବ କି ନାହିଁ ତାହା ସମୟ କହିବ। ଲୋକଙ୍କ ଭିତରେ ପ୍ରିୟଙ୍କାଙ୍କ ଗ୍ରହଣୀୟତା ଅଧିକ ଥିବାବେଳେ କଂଗ୍ରେସ କର୍ମୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରେ ଇନ୍ଦିରାଙ୍କ ଛବି ଦେଖୁଥିବାରୁ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛି କଂଗ୍ରେସ। ସିଲଚରକୁ ପ୍ରିୟଙ୍କା ଗାନ୍ଧୀଙ୍କ ଆସିବା ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କଂଗ୍ରେସର ବିଜୟକୁ ସହଜ କରିବ ବୋଲି ଚାଚର ଜିଲ୍ଲା କମିଟିର ସାଧାରଣ ସଂପାଦକ ଅଭିଜିତ୍‌ ପାଲ କହିଛନ୍ତି।