କରୋନାକୁ ହରାଇବା ପାଇଁ ଏକତା ବାର୍ତ୍ତା ଦେବାକୁ ଯାଇ ୨୪ ଡାକ୍ତରାଣୀ କଲେ ଏପରି ଭିଡିଓ

ତିରୁବନନ୍ତପୁରମ୍‌: କରେନା ଭାଇରସ୍‌କୁ ହରାଇବା ପାଇଁ ଏକତା ବାର୍ତ୍ତା ଦେବା ସହ ଈଶ୍ବରଙ୍କୁ ପ୍ରାର୍ଥନା କରି  ତିରୁବନନ୍ତପୁରମ୍‌ରେ ଥିବା ଏସ୍‌କେ ହସ୍ପିଟାଲ୍‌ର ଦଳେ ଡାକ୍ତରାଣୀ ନିଜ ନିଜ ଘର ସାମ୍ନାରେ ଭଜନ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ସମୁଦାୟ ୨୪ ଜଣ ଡାକ୍ତରାଣୀ ମିଶି କରୋନାକୁ ଦୂରେଇ ଦେବା ଆଶାରେ ଈଶ୍ବରଙ୍କ ଉଦେଶ୍ୟରେ ଏହି ନୃତ୍ୟ ପ୍ରଦର୍ଶନ କରିଥିବା ଜାଣିବାକୁ ମିଳିଛି।

ସେମାନେ ସମସ୍ତେ ଗ‌ୋଟାଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି। ସମସ୍ତେ ନିଜ ନିଜ ଘରେ ରହି ଗୋଟାଏ ଗୋଟାଏ ପଦରେ ନୃତ୍ୟ ପ୍ରଦର୍ଶନ କରି ନୃତ୍ୟଟିକୁ ପୂରା କରିଛନ୍ତି। ଗୀତଟିର ଶୀର୍ଷକ ରହିଛି ‘ଲୋକମ୍‌ ମୁଝୁଭନ୍‌ ସୁକମ୍‌ ପକରନ୍‌’। ଗୀତଟିକୁ କୋରିଓଗ୍ରାଫି କରିଛନ୍ତି ଏସ୍‌କେ ହସ୍ପିଟାଲର ଆନାସ୍ତେଟିଷ୍ଟ୍‌ ଡକ୍ଟର ସର୍ଣ୍ଣୟା କ୍ରିଷନ୍।

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳି ସାରିଲାଣି। ବିଭିନ୍ନ ଲୋକ ଏହି ଭିଡିଓଟିକୁ ଦେଖିବା ପରେ ପ୍ରଶଂସାମୁଖର ହୋଇ ଉଠିଛନ୍ତି।

 

ସମ୍ବନ୍ଧିତ ଖବର