ଓଡ଼ିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଜାରି ରହିବ ଅଭିଯାନ: ପୁଲିସ୍‌ ଡିଜି ଅଭୟ

ଭୁବନେଶ୍ବର: ଓଡ଼ିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଜାରି ରହିବ ଅଭିଯାନ। ଚାଲାଣ ରୋକିବାକୁ ଆହୁରି କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ । ପୁଲିସ ମହାନିର୍ଦେଶକ ଦେଇଥିବା ସୂଚନା ଅନୁସାରେ ଜାନୁଆରିରୁ ସେପ୍ଟେମ୍ବର ଏହି ୯ ମାସରେ ରାଜ୍ୟରୁ ଏକ ହଜାର ୫୪ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି । କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି ।

ସେହିପରି ଗଜପତି ଜିଲ୍ଲାରୁ ୧୨୬ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ ଡିିଜି । ଗଂଜେଇ ଚାଲାଣ ଏବଂ ମାଫିଆଙ୍କୁ ଧରିବା ପାଇଁ ୫ଟି ରାଜ୍ୟର ପୁଲିସ୍ ଡିଜିଙ୍କ ସହ ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ ମହାନିର୍ଦେଶକ ଅଭୟ।

ସମ୍ବନ୍ଧିତ ଖବର