ଭୋପାଳ : ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ଥିବା ପ୍ରଜ୍ଞା ଠାକୁର ନିଜର ନାମାଙ୍କନ ଫେରାଇ ନେଇଥିବା ଜଣା ପଡ଼ିଛି । ଖବରଟି ଆସିବା ପରେ ସମସ୍ତେ ବିଜେପି ପ୍ରାର୍ଥୀ ପ୍ରଜ୍ଞା ଠାକୁର ବୋଲି ଭାବି ନେଇଥିଲେ । କିନ୍ତୁ ପରେ ସତ ସାମ୍ନାକୁ ଆସିଥିଲା । ବିଜେପି ପ୍ରାର୍ଥୀ ପ୍ରଜ୍ଞା ଠାକୁର ନୁହନ୍ତି ବରଂ ନିର୍ଦଳୀୟ ପ୍ରାର୍ଥୀ ପ୍ରଜ୍ଞା ଠାକୁର ନିଜର ନାମାଙ୍କନ ଫେରାଇ ନେଇଥିବା ଜଣା ପଡ଼ିଛି । ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସମର୍ଥନ କରି ସେ ନିଜର ନାମାଙ୍କନ ଫେରାଇ ନେଇଥିବା କହିଛନ୍ତି ।
/sambad/media/post_attachments/wp-content/uploads/2019/04/sadhvi-pragya-singh-thakur-25-1493139907-1556253759-1556420832-300x225.jpg)
ସୂଚନା ମୁତାବକ, ଦୁଇ ପ୍ରାର୍ଥୀଙ୍କ ନାଁ ଏକା ଥିବାରୁ ମତଦାନରେ କୌଣସି ଭୁଲ ହେବାର ଆଶଙ୍କା କରୁଥିଲା ବିଜେପି । ମତଦାତାମାନେ ଭୁଲରେ ନିର୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଯେମିତି ଦେଇ ନ ଦିଅନ୍ତି, ସେ ନେଇ ବିଜେପି ଚିନ୍ତା କରୁଥିବା ବେଳେ, ପ୍ରଜ୍ଞା ଠାକୁର ନାମାଙ୍କନ ଫେରାଇ ନେବା ପରେ ଦୀର୍ଘ ନିଶ୍ୱାସ ନେଇଛି ବିପେପି । ସାଧ୍ୱୀ ପ୍ରଜ୍ଞା ଦଳର ଚିନ୍ତା ବିଷୟରେ ଜାଣିବା ପରେ ନିର୍ଦଳୀୟ ପ୍ରାର୍ଥୀ ପ୍ରଜ୍ଞା ଠାକୁରଙ୍କ ଡ଼ାକି ବୁଝାଇଥିଲେ । ଯାହା ପରେ ଦୀର୍ଘ ସମୟର ଆଲୋଚନା ପରେ ନିର୍ଦଳୀୟ ପ୍ରାର୍ଥୀ ପ୍ରଜ୍ଞା ଠାକୁର ନାମାଙ୍କନ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।