ବିଶ୍ବର ୨ୟ ସର୍ବାଧିକ କରୋନା ପ୍ରଭାବିତ ଦେଶରେ ପରିଣତ ହେଲା ଭାରତ

ନୂଆଦିଲ୍ଲୀ : ଭାରତ ବିଶ୍ବର ୨ୟ ସର୍ବାଧିକ କରୋନା ପ୍ରଭାବିତ ଦେଶରେ ପରିଣତ ହୋଇଛି । ଗତ କାଲି ଭାରତରେ ପ୍ରାୟ ୧ ଲକ୍ଷ ୬୯ ହଜାର ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଭାରତ ବ୍ରାଜିଲକୁ ଟପି ୨ୟ ସ୍ଥାନରେ ପହଞ୍ଚିଛି । ତେବେ ଆମେରିକା ପୂର୍ବବତ ବିଶ୍ବର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ରହିଛି ।

ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩.୫୩ ନିୟୁତରେ ପହଞ୍ଚିଛି, ଯାହାକି ବ୍ରାଜିଲର ମୋଟ ଆକ୍ରାନ୍ତ ସଂଖ୍ୟା ୧୩.୪୫ ନିୟୁତ ଠାରୁ ଅଧିକ । ତେବେ ମୋଟ ଆକ୍ରାନ୍ତ ସଂଖ୍ୟା ତୁଳନାରେ ଆମେରିକା ଭାରତ ଓ ବ୍ରାଜିଲଠାରୁ ଢେର ଆଗରେ ରହିଛି । ଆମେରିକାର ମୋଟ ଆକ୍ରାନ୍ତ ସଂଖ୍ୟା ଏବେ ପ୍ରାୟ ୩୧.୨ ନିୟୁତ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୦୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ଭାରତରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚିଛି ।

ଭାରତରେ ୩ଟି ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼ ଓ ପଂଜାବରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛି । ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଅଧିକ ସାଂଘାତିକ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର