ନୂଆଦିଲ୍ଲୀ: ଭାରତ ସରକାର କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୯ ତାରିଖ ଶନିବାର ରାତି ୧୧ଟା ୫୯ ସୁଦ୍ଧା ଯେ ସେମାନେ ଭାରତ ଛାଡିବେ ବୋଲି ସରକାର କହିଛନ୍ତି। ଏହାର କିଛି ସମୟ ପୂର୍ବରୁ ଭାରତ କାନାଡାରେ ଅବସ୍ଥାପିତ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା।
କାନାଡ଼ା ପକ୍ଷରୁ ଆମ କୂଟନୀତିଜ୍ଞଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆସିଥିଲା, ଯାହା ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ଯୋଗୁଁ ଦ୍ବିପାକ୍ଷିକ ସମ୍ପର୍କ ଖରାପ ସ୍ତରରେ ପହଞ୍ଚିଛି ।
କାର୍ଯ୍ୟକାରୀ ହାଇକ୍ କମିଶନର ଷ୍ଟୁଆର୍ଟ ରସ୍ ହ୍ୱିଲର, ପ୍ରଥମ ସଚିବ ମେରି କ୍ୟାଥରିନ ଜୋଲି, ଲାନ୍ ରସ୍, ଡେଭିଡ୍ ଟ୍ରିଟ୍ସ, ଆଡାମ ଜେମ୍ସ ଚୁଇପ୍କା ଏବଂ ପୌଲା ଓରଜୁଏଲାଙ୍କ ସମେତ କାନାଡା କୂଟନୀତିଜ୍ଞମାନଙ୍କୁ ଦେଶ ଛାଡିବାକୁ ଭାରତ କହିଛି। ଅକ୍ଟୋବର ୧୯ ତାରିଖ ରାତି ସୁଦ୍ଧା ସମସ୍ତଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କାନାଡା ମଧ୍ୟ ଭାରତର ୬ ଜଣ କୂଟନୀତିଜ୍ଞଙ୍କୁ ଫେରିଯିବାକୁ କହିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/r9lb5vG6tOy3I8SdewQm.jpg)