ଆପଣଙ୍କୁ ନେଇ ପୂରା ଦେଶ ଗର୍ବିତ : ପ୍ରଧାନମନ୍ତ୍ରୀ ମୋଦି

ଜୀବନରେ ସଫଳତା ବିଫଳତା ଲାଗି ରହିଛି, ଏହା କୌଣସି ଛୋଟ ଉପଲବ୍ଧି ନୁହେଁ

ବେଙ୍ଗାଲୁରୁ : ଲ୍ୟାଣ୍ଡର ବିକ୍ରମ ସହ ଛିନ୍ନ ହେଲା ସର୍ମ୍ପକ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୨.୧ କିଲୋମିଟର ଦୂରତାରୁ ସର୍ମ୍ପକ ଛିନ୍ନ ହୋଇଥିବା ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ତେବେ ପୂରା ତଥ୍ୟକୁ ଅନୁଶୀଳନ କରାଯାଉଛି ବୋଲି କହିଛନ୍ତି କେ.ଶିଭନ୍ । ତେବେ ବୈଜ୍ଞାନିକଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଇସ୍ରୋ ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେବା ସହ କହିଛନ୍ତି ଏହା କୌଣସି ଛୋଟ ଉପଲବ୍ଧି ନୁହେଁ । ଜୀବନରେ ଉତଥାନ୍ ପତ୍ତନ ଲାଗି ରହିଥାଏ । କେତେବେଳେ ସଫଳତା ମିଳେ, କେତେବେଳେ ବିଫଳତା ମିଳେ । ଆପଣଙ୍କ କଠିନ ପରିଶ୍ରମକୁ ନେଇ ପୂରା ଦେଶ ଗର୍ବିତ । ଆପଣ ମାନେ ବିଜ୍ଞାନ ସହ ମାନବ ସମାଜ ପାଇଁ ଅନେକ ସେବା କରିଛନ୍ତି । ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । ଆପଣଙ୍କ ସହ ମୁଁ ସବୁବେଳେ ରହିଛି । ଆଗକୁ ଭଲ ହେବ ବୋଲି ମୋର ଆଶା । ବୈଜ୍ଞାନିକଙ୍କୁ ଏଭଳି କିଛି ସାନ୍ତ୍ୱନା ଦେଇ ଇସ୍ରୋ ମୁଖ୍ୟାଳୟ ଛାଡିଥିଲେ ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧିତ ଖବର