ନୂଆଦିଲ୍ଲୀ : ଶତ୍ରୁ ଉପରେ ବିମାନ ଆକ୍ରମଣ ମାମଲାରେ ଭାରତ ଆହୁରି ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି। ସୂଚନା ମୁତାବକ, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍ଡିଓ) ମଙ୍ଗଳବାର ରାମଜେଟ୍ (ଏସ୍ଡିଏଫ୍ଆର୍)ର ପରୀକ୍ଷା କରିଛି। ଏହା ସାହାଯ୍ୟରେ ଭାରତର ଦୂରଗାମୀ କ୍ଷେପଣାସ୍ତ୍ର ଅଧିକ ସଠିକ୍ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହେବ। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରେ ଏହି ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ରାମଜେଟ୍ କ’ଣ?
ରାମଜେଟ୍ ହେଉଛି ଏକ ପ୍ରକାର ଏୟାର୍-ବ୍ରେଦିଂ (ବାୟୁସେବୀ) ଜେଟ୍ ଇଞ୍ଜିନ୍, ଯାହା ଆସୁଥିବା ବାୟୁକୁ ସଙ୍କୋଚନ କରିବା ପାଇଁ କ୍ଷେପଣାସ୍ତ୍ରର ଅଗ୍ରଗାମୀ ବେଗ ବ୍ୟବହାର କରେ। ଏହି ଜ୍ଞାନକୌଶଳ ସାହାଯ୍ୟରେ କ୍ଷେପଣାସ୍ତ୍ରକୁ ଜେଟ୍ ଇଞ୍ଜିନ୍ ପରି ଘୂର୍ଣ୍ଣନ କରୁଥିବା ଯନ୍ତ୍ରାଂଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ବାହାରେ ଥିବା ବାୟୁ ଇଞ୍ଜିନର ଭିତର ଦେଇ ଗତି କରେ। ଏହା କ୍ଷେପଣାସ୍ତ୍ରକୁ ଉଚ୍ଚ ବେଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିରନ୍ତର ଶକ୍ତି ଦେଇଥାଏ।
ଆହୁରି ପଢନ୍ତୁ:Mukesh Ambani : ଦୁଇ ଦଶନ୍ଧିରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ହେବ: ମୁକେଶ
ରାମଜେଟ୍ ଚାଳିତ କ୍ଷେପଣାସ୍ତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବହୁତ ଉଚ୍ଚ ବେଗ ବଜାୟ ରଖିପାରେ। ବିଶେଷକରି କ୍ଷେପଣାସ୍ତ୍ର ଉଡ଼ାଣର ଶେଷ ପର୍ଯ୍ୟାୟରେ ଟେକ୍ନୋଲୋଜି ଅଧିକ ଲାଭଦାୟକ ହୋଇଥାଏ। ଏହି କାରଣରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଦ୍ରୁତ, ଅଧିକ ଚତୁର ଓ ଶତ୍ରୁ ବିମାନ ପାଇଁ ଏଥିରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର।
ଖାସ ଦେଶ ତାଲିକାରେ ସାମିଲ ହେଲା ଭାରତ
ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ଏହି ସଫଳ ପ୍ରଦର୍ଶନ ଭାରତକୁ ବଛା ବଛା ଦେଶ ମଧ୍ୟରେ ସ୍ଥାନିତ କରିଛି ଯାହା ପାଖରେ ଏହି ପ୍ରଯୁକ୍ତି ଅଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ, ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ, ରିସର୍ଚ୍ଚ ସେଣ୍ଟର ଇମାରତ ଓ ଆଇଟିଆର୍ ସମେତ ଡିଆର୍ଡିଓର ବିଭିନ୍ନ ଲାବୋରେଟୋରିର ବରିଷ୍ଠ ବୈଜ୍ଞାନିକମାନେ ଏହି ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/04/a601c8c6-f7e6-4a01-ae96-1cd75f6b3126-2026-02-04-21-22-43.jpg)