ଭାରତ େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ, ଭାରତକୁ ପ୍ରାଥମିକ ଝଟକା, ରାହୁଲ ଶୂନ୍ୟରେ ଆଉଟ

ରାଜକୋଟ୍‌: ରାଜକୋଟ୍‌ ଠାରୋ ଆଜି ଠାରୁ ଆରମ୍ଭ ହୋଇଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟ୍ରେଷ୍ଟରେ ଭାରତକୁ ପ୍ରାଥମିକ ଝଟକା ଲାଗିଛି।ଭାରତ ମାତ୍ର ୩ ରନ୍‌ରେ ତାର ପ୍ରାରମ୍ଭିକ ବ୍ୟାଟସମ୍ୟାନ କେଏଲ ରାହୁଲଙ୍କ ଓ୍ଵିକେଟ ହରାଇଛି।
ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ନିଜ ଜୀବନର ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ପୃଥି ସ ଓ କେ ଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ମାତ୍ର କେଏଲ ରାହୁଲ ହାତ ଖୋଲିବା ପୂର୍ବଲୁ େଓ୍ଵଷ୍ଟଇଣ୍ଡିଜର ଦୃତ ବୋଲର ଗ୍ରବିଏଲଙ୍କ ୧୫୧ କିଲୋମିଟର ବେଗରେ ଆସୁଥିବା ଏକ ଇନ୍‌ସ୍ୱଇଙ୍ଗ ବଲରେ ଏଲବି ଡବ୍ଲ୍ୟୁ ଆଉଟ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ଯଦିଓ ଅମ୍ପାୟାରଙ୍କ ଆଉଟ୍‌ ନିଷ୍ପତ୍ତି ବିରୋଧରେ ଭାରତ ରିଭ୍ୟୁ ନେଇଥିଲା, ମାତ୍ର ଥାର୍ଡ ଅମ୍ପେୟାର ରାହୁଳଙ୍କୁ ଆଉଟ୍‌ ଘୋଷଣା କରିଥିଲେ।। ତେବେ ପୃଥି ସ ଧର୍ଯ୍ୟର ସଂହିତ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ତାଙ୍କ ସହିତ ଆସି ଯୋଗ ଦେଇଛନ୍ତି ଚତେଶ୍ୱର ପୂଜାରା । ଭାରତ ସ୍କୋର- ୪ ଓଭରରେ ୨୪/୧ ।

ସମ୍ବନ୍ଧିତ ଖବର