ପର୍ଥ ଟେଷ୍ଟ : ସଂକଟରେ ଭାରତ, ୫ମ ଦିନରେ ବିଜୟ ପାଇଁ ୧୭୫ ରନ ଆବଶ୍ୟକ, କିନ୍ତୁ ହାତରେ ମାତ୍ର ୫ଟି ଓ୍ଵିକେଟ

ପର୍ଥ : ସ୍ଥାନୀୟ ପର୍ଥ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ନିଜ ସ୍ଥିତିକୁ ସୁଦୃଢ କରିଥିବାବେଳେ ଭାରତ ସଂକଟର ସମ୍ମୁଖୀନ ହୋଇଛି । ଭାରତ ନିଜର ୨ୟ ଇନିଂସରେ ୨୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଜି ଖେଳ ସମାପ୍ତି ସୁଦ୍ଧା ୫ ଓ୍ଵିକେଟ ହରାଇ ୧୧୨ ରନ ସଂଗ୍ରହ କରିଛି । ବିଜୟ ପାଇଁ ଭାରତ ଆହୁରି ୧୭୫ରନ ଆବଶ୍ୟକ କରୁଥିବାବେଳେ ହାତରେ ମାତ୍ର ୫ଟି ଓ୍ଵିକେଟ ରହିଛି । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୩୦ ରନ ସଂଗ୍ରହ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠିପାରିନଥିଲେ । ଏବେ ହନୁମା ବିହାରୀ ୨୪ ଓ ରିଷଭ ପନ୍ଥ ୯ ରନ କରି ଅପରାଜିତ ଅଛନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନିଜର ୨ୟ ଇନିଂସରେ ୨୪୩ ରନ କରି ଅଲଆଉଟ ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୨୬ ରନ ସଂଗ୍ରହ କରିଥିବାବେଳେ ତାହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୨୮୩ରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥଲା । କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ଶତକ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା । କୋହଲି ୧୨୩ ରନ ଓ ଅଜିଙ୍କ୍ୟ ରାହାଣେ ୫୧ରନ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର