ଧୀମା ହେଉଛି ଦେଶର ସଂକ୍ରମିତ ସଂଖ୍ୟା ଅଭିବୃଦ୍ଧି ହାର, ଗତ ୨୪ ଘଣ୍ଟାରେ ୬%କୁ ହ୍ରାସ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶର କରୋନା ସଂକ୍ରମିତ ବୃଦ୍ଧି ହାର ୬ ପ୍ରତିଶତ ରହିଛି । ଦେଶରେ ସଂକ୍ରମଣ ସଂଖ୍ୟା ଛୁଇଁବା ପରେ ଏହା ହେଉଛି ସର୍ବନିମ୍ନ ଦୈନିକ ବୃଦ୍ଧି ହାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୯.୨ ଦିନରେ ଦୁଇଗୁଣ ହେଉଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୩.୧ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତ ରହିଛି । ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ତୁଳନାରେ ଭାରତ ଉତ୍ତମ ସ୍ଥିତିରେ ରହିଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩ ତମ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦେଶରେ କରୋନା ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା । ଦେଶରେ କୋଭିଡ୧୯ ହସପିଟାଲ, ସୁରକ୍ଷା ଉପକରଣ, ଏମ୯୫ ମାସ୍କ,ଭେଣ୍ଟିଲେଟର, ଔଷଧ ଆଦିର ଉପଲବ୍ଧତା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ କେତେକ ଉତ୍ପାଦନକାରୀ ଏନ୯୫ ମାସ୍କ ଓ ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ ଆରମ୍ଭ କରିଛନ୍ତି । ଦେଶରେ ଏଗୁଡ଼ିକର ଉପଲବ୍ଧତା ସନ୍ତୋଷଜନକ ରହିଛି ।

ସମ୍ବନ୍ଧିତ ଖବର