ଜନତା କର୍ଫ୍ୟୁର ସୁଫଳ ? ମଙ୍ଗଳବାର ଦିନ ଭାରତରେ ନୂଆ ସଂକ୍ରମଣ ମାମଲା ୫୫% ହ୍ରାସ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ବୃଦ୍ଧିହାରରେ ସାମାନ୍ୟ ଶିଥିଳତା ଦେଖାଦେଇଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ଗତ ରବିବାରଠାରୁ ଭାରତରେ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ଲକଡାଉନ ଆରମ୍ଭ ହୋଇଥିବାରୁ ଅଧିକାଂଶ ଲୋକ ଘରେ ରହୁଥିବା ଦେଖାଯାଇଛି । ନୂଆ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବାର ଏହା ଏକ କାରଣ ବୋଲି କୁହାଯାଉଛି ।
ୟୁରୋପୀୟ ରୋଗ ନିବାରଣ ଓ ନିୟନ୍ତ୍ରଣ କେନ୍ଦ୍ର (ଇସିଡିସି)ର ତଥ୍ୟ ଅନୁସାରେ ଗତ ମଙ୍ଗଳବାରଦିନ ଭାରତରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ପ୍ରତିଶତ ହ୍ରାସ ପାଇଛି । ଗତ ସୋମବାରଦିନ ୧୧୯ଟି ନୂଆ ସଂକ୍ରମିତ ମାମଲା ଦେଖାଦେଇଥିବାବେଳେ ମଙ୍ଗଳବାରଦିନ ତାହା ୫୩କୁ ଖସିଆସିଥିଲା ।

Source : European Centre for disease prevention and control (ECDC)

ତେବେ ଏହା ଦ୍ୱାରା ବିପଦ ଟଳିଗଲା ବୋଲି କହିବା ଠିକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି । ସରକାରଙ୍କ ସତର୍କତା ସତ୍ତେ୍ୱ ଲୋକମାନେ କଟକଣାକୁ ମାନୁନଥିବାରୁ ତାହା ବିପଦ ଆଣିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ୨୧ ଦିନିଆ ଲକଡାଉନକୁ କଡ଼ାକଡ଼ିଭାବେ ପାଳନ କରାଗଲେ କରୋନାର ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟତା ମିଳିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ରାତିରେ ସାରା ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ଏହା ସହିତ କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ସହାୟତା ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର