ଆମେରିକାରୁ ବର୍ଷକୁ ୫ ବିଲିୟନ୍‌ ଡଲାର୍‌ ମୂଲ୍ୟର ତୈଳ ଓ ବାଷ୍ପ ଖରିଦ କରିବ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାରୁ ବାର୍ଷିକ ୫ ବିଲିୟନ୍‌ ଆମେରିକୀୟ ଡଲାର ମୂଲ୍ୟର ତୈଳ ଓ ବାଷ୍ପ ଖରିଦ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ଜଣେ ଶୀର୍ଷସ୍ତରୀୟ ଭାରତୀୟ କୂଟନୀତିଜ୍ଞ କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗ ବୃଦ୍ଧି ଉପରେ ଆଲୋକପାତ କରି ସେ ଆହୁରି କହିଛନ୍ତି ଯେ ଭାରତ ୧୮ ବିଲିୟନ୍‌ ଡଲାର୍‌ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ମଧ୍ୟ ଆମେରିକାରୁ କ୍ରୟ କରିବ।
ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍‌ଲା ଆମେରିକୀୟ ବାଣିଜ୍ୟ ସମ୍ପ୍ରଦାୟଙ୍କୁ ମଙ୍ଗଳବାର ଦିନ କହିଛନ୍ତି ଯେ ଭାରତକୁ ଯୁକ୍ତରାଷ୍ଟ୍ର ଆମେରିକାର ରପ୍ତାନି ଅନ୍ୟୂନ ୩୦% ବୃଦ୍ଧି ପାଇଛି।
ଗତ ଦୁଇ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୧୯ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୧୪୦ ଆମେରିକୀୟ ଡଲାର୍‌ରେ ପହଞ୍ଚି ଥିବା କଥା ସେ କହିଛନ୍ତି।
ତାଙ୍କ ସମ୍ମାନାର୍ଥେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ବାଣିଜ୍ୟ ପରିଷଦ୍‌ରେ ଆତିଥ୍ୟ ଗ୍ରହଣ କରି ଶ୍ରୀଙ୍ଗ୍‌ଲା କହିଲେ ଅତୀତ ଅପେକ୍ଷା ଏବେ ଭାରତ ଯୁକ୍ତରାଷ୍ଟ୍ର ଆମେରିକାରୁ ଅଧିକ କିଣାକିଣି କରୁଛି।
କେବଳ ତୈଳ ଓ ବାଷ୍ପ କ୍ଷେତ୍ରରେ ଭାରତ ବାର୍ଷିକ ୫ ବିଲିୟନ୍‌ ଡଲାର୍‌ ମୂଲ୍ୟର ସାମଗ୍ରୀ ଆମେରିକାରୁ କିଣିବାକୁ ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର