ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

େଓ୍ଵଲିଂଟନ୍‌: ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ ୪-୧ରେ ଧରାଶାୟୀ କରିଥିବା ଭାରତ ଆଜି ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳିବ। ଟସ୍‌ ଜିଣି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି େଓ୍ଵଲିଂଟନର େଓ୍ଵଷ୍ଟପାକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ନ୍ୟୁଜିଲାଣ୍ଡରେ ଭାରତ ପୂର୍ବରୁ କେବେ ବି କୌଣସି ଟି-୨୦ ମ୍ୟାଚ୍‌ ଜିତି ନ ଥିବାରୁ ସଂପୂର୍ଣ୍ଣ ଶୃଙ୍ଖଳା ହେଉକି, ଗୋଟିଏ ମ୍ୟାଚ୍‌, ଯାହା ବି ଜିତିବ ଭାରତ, ତାହା ନୂଆ କୀର୍ତ୍ତିମାନର ଅଧିକାରୀ କରିବ । ବିରାଟ କୋହଲି ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ନେଉଥିବାରୁ ରୋହିତ ଶର୍ମା ଏହି ଶୃଙ୍ଖଳାରେ ଭାରତର ନେତୃତ୍ୱ ନେଉଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଋଷବ ପନ୍ତ, ବିଜୟ ଶଙ୍କର,ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍‌ ଓ୍ଵିିଲୟମସନ୍‌ (ଅଧିନାୟକ), କଲିନ୍‌ ମୁନ୍ରୋ, ଟିମ୍‌ ସିଫର୍ଟ, ରସ୍‌ ଟେଲର, ଡାରିଲ ମିଚେଲ, କଲିନ୍‌ ଡି ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ସ୍କଟ୍‌ କୁଗେଲିନ୍‌, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ଈଶ୍‌ ସୋଢ଼ୀ I

ସମ୍ବନ୍ଧିତ ଖବର