ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୩ ଶହ ନିକଟବର୍ତ୍ତୀ, ବିଶ୍ୱରେ ମୃତ୍ୟୁସଂଖ୍ୟା ୧୧୮୪୨

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩ ଶହ ନିକଟବର୍ତ୍ତୀ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭାରତରେ ଏବେ ୨୯୮ ସଂକ୍ରମିତ ରହିଛନ୍ତି ଓ ୪ଟି ମୃତ୍ୟୁ ହୋଇଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୮ଟି ନୂଆ ମାମଲା ସାମନାକୁ ଆସିଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବା ବେଳେ ତା’ ପଛକୁ ରହିଛି କେରଳ । ଆଉ ଏକ ଚିନ୍ତାଜିନକ ବିଷୟ ହେଉଛି ଗତ ୧୩ରୁ ୧୬ ତାରିଖ ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଟ୍ରେନରେ ଯାତ୍ରା କରିଥିବା ଜଣାପଡ଼ିଛି । ଏହା ପରେ ଭାରତୀୟ ରେଳ ସତର୍କ ହୋଇଉଠିଛି ଓ ଅତି ଜରୁରି ନହେଲେ ଟ୍ରେନ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ଶନିବାର ଅପରାହ୍ଣ ୫ଟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୪ ହଜାର ୭୨୪ ଓ ମୃତ୍ୟୁସଂଖ୍ୟା ୧୧,୮୪୨ ରେ ପହଞ୍ଚିଛି । ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୪୭,୦୨୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୦୩୨ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୯୭୭୫ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୭୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨୦୬୧୦ ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୫୫୬ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୪ ଓ ମୃତ୍ୟ ସଂଖ୍ୟା ୩ରେ ପହଞ୍ଚିଯାଇଛି ବୋଲି ଡନ ଖବରକାଗଜ ସୁତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର