ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୫୯, ମୃତ୍ୟୁସଂଖ୍ୟା ୪୨୦ ଛୁଇଁଲା

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୫୯ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୮୨୪ଟି ସକ୍ରିୟ ସଂକ୍ରମଣ ମାମଲା ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୪୨୦ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୧୫୧୪ ଜଣ କରୋନା କବଳରୁ ଆରୋଗ୍ୟ ହେଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।
ଭାରତରେ କରୋନା ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ବିଶ୍ୱରେ ତାହା ୬ ପ୍ରତିଶତ ରହିଛି । କିନ୍ତୁ ଭାରତରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ୧୨ ପ୍ରତିଶତ ରହିଥିବାବେଳେ ସମଗ୍ର ବିଶ୍ୱରେ ଆରୋଗ୍ୟ ହାର ୨୪ ପ୍ରତିଶତ ରହିଛି । ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରେ । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଏହା ଗତ କିଛି ଦିନ ତଳେ ୮ ପ୍ରତିଶତ ଥିବାବେଳେ ଏବେ ୧୨ ପ୍ରତିଶତକୁ ଟପିଯାଇଛି ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ଟପିଯାଇଛି । ଗୁରୁବାର ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୮ ହଜାର ୭୯୨ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୭ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର