ଭୁବନେଶ୍ୱର : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଭାରତରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୮ ହଜାରରେ ପହଞ୍ଚିଛି ଓ ଭାରତ ବିଶ୍ୱର ୫ମ ସର୍ବାଧିକ ପ୍ରଭାବିତ ଦେଶରେ ପହଞ୍ଚିଛି ।

Advertisment

କିନ୍ତୁ ଏହା ମଧ୍ୟରେ ଏକ ଆଶାର କିରଣ ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶ୍ଳେଷଣ ଅନୁସାରେ ଆସନ୍ତା ସେପ୍ଟେମ୍ବର ମଧ୍ୟ ବେଳକୁ ଦେଶରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବ । ଏହ ଗାଣିତିକ ବିଶ୍ଳେଷଣ ଅନୁସାରେ ଯେତେବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଓ ଆରୋଗ୍ୟ ସଂଖ୍ୟା ସମାନ ହୋଇଯାଏ, ସେତେବେଳେ ସଂକ୍ରମଣର ଅଭିବୃଦ୍ଧି ସର୍ବୋଚ୍ଚ ସ୍ତରରେ ପହଞ୍ଚି ଧୀରେ ଧୀରେ ହ୍ରାସ ପାଏ । ବେଲେଙ୍କ ମଡେଲକୁ ବ୍ୟବହାର କରି ଭାରତରେ ମାର୍ଚ ୧ରୁ ମେ ୧୯ ମଧ୍ୟରେ ସଂକ୍ରମଣ ହାରକୁ ବିଚାରକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

ଏହି ଗବେଷଣା ରିପୋର୍ଟ ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକା ଏପିଡମିଓଲୋଜୀ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ହୋଇଛି । ଏହି ଗବେଷଣା ସଂଦର୍ଭକୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ( ଜନସ୍ୱାସ୍ଥ୍ୟ) ଡ.ଅନୀଲ କୁମାର ଓ ଉପସହକାରୀ ନିର୍ଦ୍ଦେଶକ ଡ.ରୁପାଲି ରଏ ପ୍ରସ୍ତୁତ କରିଛନ୍ତି ।