ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୩୩ରେ ପହଞ୍ଚିଲା, ସୁସ୍ଥ ହେଲେ ୨୩ ଜଣ

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ୪୦୨ଟି ସକ୍ରିୟ ମାମଲା ହୋଇଥିବାବେଳେ ୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ମୃତ୍ୟୁସଂଖ୍ୟା ୭ ରହିଛି । ଏହି ୪୩୩ ମଧ୍ୟରୁ ୩୯୩ ଜଣ ଭାରତୀୟ ହୋଇଥିବାବେଳେ ୪୦ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ତା’ତଳକୁ ରହିଛି କେରଳ । ଓଡ଼ିଶାରେ ଏପର୍ଯ୍ୟନ୍ତ ୨ ଟି କରୋନା ସଂକ୍ରମିତ ରହିଛନ୍ତି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ସୋମବାର ସଂଧ୍ୟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ୪୫୭ ଓ ମୃତ୍ୟୁସଂଖ୍ୟା ୧୫,୩୧୭ ରେ ପହଞ୍ଚିଛି । ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୫୯୧୩୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫୪୭୬ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୩୫୪୬ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୪୧୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨୧୬୩୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୬୮୫ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୩ ଓ ମୃତ୍ୟ ସଂଖ୍ୟା ୬ରେ ପହଞ୍ଚିଯାଇଛି ବୋଲି ଡନ ଖବରକାଗଜ ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର