ଭାରତର ମୋଟ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ୮୭ ହଜାରକୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୬୧ ହଜାର ଟପିଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିତାଲିଛି ଓ ଦୈନିକ ସଂକ୍ରମଣ ସଂଖ୍ୟାରେ ଏହା ଅନ୍ୟସମସ୍ତ ଦେଶକୁ ଟପିଯାଇଛି । ଶୁକ୍ରବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୩,୮୭,୫୦୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୭,୪୨,୦୨୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୧୫୨୯ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୨୫,୮୩,୯୪୮ ରେ ପହଞ୍ଚିଛି ।

Global Biodefense

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୭୭ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଦେଶର ମୃତ୍ୟୁହାର ୧.୮୧ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୭୬ ପ୍ରତିଶତ ଟପିଯାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ତା’ତଳକୁ ରହିଛି ତାମିଲନାଡ଼ୁ ଓ ଦିଲ୍ଲୀ ।

ସମ୍ବନ୍ଧିତ ଖବର