ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୧୪,୭୯୨, ଆରୋଗ୍ୟ ସଂଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୭୯୨ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୨,୨୮୯, ମୃତ୍ୟୁସଂଖ୍ୟା ୪୮୮ ରହିଛି । ତେବେ ଦେଶର ଆରୋଗ୍ୟ ସଂଖ୍ୟା ୨ ହଜାର ଟପିଯାଇଛି ଓ ୨୦୧୪ରେ ପହଞ୍ଚିଛି । ଏହା ଫଳରେ ଭାରତର ମୃତ୍ୟୁହାର ୩.୩ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୧୪ ପ୍ରତିଶତ ରହିଛି ।

ଭାରତର ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଯାଇଛି । ଆଜି ସଂଧ୍ୟା ସୁଦ୍ଧା ଏହି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୨୩ରେ ପହଞ୍ଚିଛି, ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୨୦୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ପଛକୁ ରହିଛନ୍ତି ଦିଲ୍ଲୀ ଓ ତାମିଲନାଡୁ । ଏହି ଦୁଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ଯଥାକ୍ରମେ ୧୭୦୭ ଓ ୧୩୫୫କୁ ବୃଦ୍ଧି ପାଇଛି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ କରୋନା ମୃତ୍ୟୁହାର ୩.୩ ପ୍ରତିଶତ ରହିଛି ଓ ମୃତକଙ୍କ ମଧ୍ୟରୁ ୮୩ ପ୍ରତିଶତଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା ।  ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୪୨.୨ ପ୍ରତିଶତ ଲୋକଙ୍କ ବୟସ ୭୫ ବର୍ଷରୁ ଅଧିକ, ୩୩ ପ୍ରତିଶତଙ୍କ ବୟସ ୬୦-୭୫ ବର୍ଷ ଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର